fbpx

ଘର ଓ କାର୍ କିଣିବା ହେଲା ଶସ୍ତା, ଏହି ସରକାରୀ ବ୍ୟାଙ୍କ ଲୋନ୍ ଉପରେ ହ୍ରାସ କଲା ସୁଧ

ନୂଆଦିଲ୍ଲୀ: ଯଦି ଆପଣ ଘର କି କାର୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଏବେ ରହିଛି ଏକ ସୁବର୍ଣ୍ଣ ସୁଯୋଗ । ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶନିବାର ହୋମ୍ ଓ କାର୍ ଲୋନ୍ ଉପରେ ସୁଧ ହାର ୦.୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି । ଏହା ବ୍ୟତିତ ବ୍ୟାଙ୍କ ପ୍ରୋସେସିଂ ଫି’ ଛାଡ କରିବ ବୋଲି ମଧ୍ୟ ଘୋଷଣା କରିଛି । ଏହି ହ୍ରାସ ପରେ ହୋମ୍ ଲୋନ୍ ଏବେ ୮.୬୦ ପ୍ରତିଶତ ସୁଧ ବଦଳରେ ୮.୫୦ ସୁଧରେ ଉପଲବ୍ଧ ହେବ । ଅନ୍ୟପକ୍ଷରେ କାର୍ ଲୋନ୍ ୦.୨୦ ପ୍ରତିଶତ ହ୍ରାସ ପାଇ ୮.୭୦ ପ୍ରତିଶତ କରିଦିଆଯାଇଛି ।

ଏକ ବୟାନରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର କହିଛି ନୂଆ ଦର ୧୪ ଅଗଷ୍ଟରୁ ଲାଗୁୁ ହେବ । ବ୍ୟାଙ୍କ କହିଛି କମ୍ ସୁଧ ହାର ଓ ପ୍ରୋସେସିଂ ଫି’ ଛାଡ ଦ୍ୱାରା ଗ୍ରାହକଙ୍କୁ ଦୁଇପଟୁ ଲାଭ ମିଳିବ ଓ ସେମାନଙ୍କ ଆର୍ଥିକ ବୋଝ କମ୍ ହେବ ।

 

Get real time updates directly on you device, subscribe now.