fbpx

(Video) ଗଛ ପଛରେ ରହି ସୁଶାନ୍ତଙ୍କ ଛାତିକୁ ମିଶିର ବେସରା ମାରିଲା ଗୁଳି! ଏହି ମାଓବାଦୀକୁ ଧରିଲେ ମିଳିବ ୧ କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଏବେ ଝୁରୁଛନ୍ତି ତାଙ୍କର ପରିବାରଲୋକେ ଓ ଓଡ଼ିଶାବାସୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତ ସହିଦ ହେବା ଯେତିକି ଦୁଃଖଦାୟକ ତାଙ୍କର ପରିବାରର ଅକୁହା କାହାଣୀ ତା’ଠାରୁ ଆହୁରି ବେଦନାଦାୟକ ।

ପୂର୍ବରୁ ସୁଶାନ୍ତଙ୍କର ବାପା, ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ସୁଶାନ୍ତଙ୍କ ହରାଇ ତାଙ୍କର ପରିବାର ପୁରୁଷଶୂନ୍ୟ ହୋଇ ଯାଇଛି । ତାଙ୍କୁ ଝୁରିଝୁରି ଅଚେତ ହୋଇ ପଡ଼ୁଛନ୍ତି ତାଙ୍କର ଅସୁସ୍ଥ ମାଆ ଓ ପତ୍ନୀ । ବୀର ସୁଶାନ୍ତଙ୍କର ମରଶରୀର ଆଜି ଫେରିବା ସମୟରେ ଆନନ୍ଦପୁରର ମାଟି କାନ୍ଦି ଉଠିଥିଲା । ‘ଆଉ ଥରେ ଫେରିଆସନ୍ତା କି ସୁଶାନ୍ତ’ ଏପରି ସମସ୍ତଙ୍କର ହୃଦୟ ଆକୁଳ ଭାବେ କହୁଥିଲା । ହଜାର ହଜାର ଲୋକଙ୍କର ଉପସ୍ଥିତିରେ ‘ସହିଦ ସୁଶାନ୍ତ ଅମର ରହେ’ ଧ୍ୱନିରେ ଜନ୍ମମାଟି ପ୍ରକମ୍ପିତ ହୋଇ ଉଠିଥିଲା ।

ତେବେ ସୁଶାନ୍ତଙ୍କୁ କିଏ ଗୁଳି କରିଥିଲା ଏହି ପ୍ରଶ୍ନ ନିଶ୍ଚିତ ଭାବେ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ । ସେହି ମାଓ ନେତାର ନାମ ହେଉଛି ମିଶିର ବେସରା । ସେ ଏତେ ହିଂସ୍ର ଯେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୭ଟି ରାଜ୍ୟ ତାକୁ ଖୋଜୁଛନ୍ତି । ତାକୁ ଧରିଲେ ୧ କୋଟି ଟଙ୍କାର ପୁରସ୍କାର ମିଳିବ । ସରକାରଙ୍କ ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି । ଏହି ମାଓବାଦୀ ସବୁବେଳେ ନିଜ ପାଖରେ ଦାମୀ ବନ୍ଧୁକ ରଖିଥାଏ । ଗଛ ଆଢ଼ୁଆଳରେ ରହି ସେ ସୁଶାନ୍ତଙ୍କ ଉପରେ ଗୁଳି ଚଳାଇଥିଲା । ଏହି ମାଓବାଦୀର ମୁହଁ ଦେଖିବା ଆଗରେ ଟଳିପଡ଼ିଥିଲେ ସୁଶାନ୍ତ ।

Get real time updates directly on you device, subscribe now.