fbpx

(video)ଘରର ଚଟାଣ ତଳୁ ଆସୁଥିଲା ଭୟଙ୍କର ଶବ୍ଦ, ପ୍ଲାଷ୍ଟର ଭାଙ୍ଗିବା ପରେ ବାହାରିିଲା ଭୟାନକ ଜୀବ

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ଏବେ ଏକ ଭୟଙ୍କର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଆପଣ ପାଣି ତଳେ କୁମ୍ଭୀରକୁ ରହୁଥିବାର ଦେଖିଥିବେ । କିନ୍ତୁ ଏହି ଭିଡିଓରେ କୁମ୍ଭୀର ଘରର ଚଟାଣ ତଳେ ଲୁଚି ରହିଥିବାର ଦେଖିବାକୁ ମିଳୁଛି ।

କୁମ୍ଭୀର ପରି ଭୟାନକ ଜୀବ ନଦୀ, ପୁଷ୍କରିଣୀ କିମ୍ବା କେବେ କେବେ ଭୂମି ତଳେ ରହିଥାନ୍ତି । କିନ୍ତୁ ଏପରି କେବେ ହୋଇଛି କି ଆପଣ ନିଜ ଘରେ ଆରାମରେ ବସିଛନ୍ତି ଆଉ ଅଚାନକ କେଉଁଠାରୁ ଏକ କୁମ୍ଭୀର ବାହାରି ଆପଣଙ୍କ ସାମ୍ନାକୁ ଆସିଯିବ । ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଥିବା ଏପରି ଏକ ଭିଡିଓ ଆପଣଙ୍କ ହୋସ୍ ଉଡାଇଦେବ ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ କୁମ୍ଭୀର ଭୂମି ଫଟାଇ ବାହାରକୁ ଆସୁଛି ଓ କିଛି ଲୋକ ହତିଆର ମାଧ୍ୟମରେ ତାକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ତେବେ କେବଳ ଗୋଟିଏ କୁମ୍ଭୀର ନୁହେଁ ଗୋଟିଏ ପଛରେ ଆଉ ଦୁଇଟି ମଧ୍ୟ କ୍ରମାନ୍ୱୟରେ ବାହାରକୁ ଆସୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓଟି ଆମ ଦେଶର କେଉଁ ଏକ ରାଜ୍ୟର ବୋଲି କୁହାଯାଉଛି ।

ଏହି ଲୋକମାନଙ୍କୁ ଘରର ଚଟାଣ ତଳୁ କିଛି ବିଚିତ୍ର ସ୍ୱର ଆସୁଥିବାର ଶୁଣାଯାଇଥିଲା । ଏପରି ଜଣାଯାଉଥିଲା ଯେପରି ୨ ଟି ପ୍ରାଣୀ ମାଟି ତଳେ ପରସ୍ପର ସହ ଲଢୁଛନ୍ତି । କିନ୍ତୁ ଚଟାଣ ପ୍ଲାଷ୍ଟର ହୋଇଥିବାରୁ କିଛି କରାଯାଇପାରୁ ନ ଥିଲା । କିନ୍ତୁ ଗୋଟିଏ ଜାଗାରେ ଏହି ପ୍ଲାଷ୍ଟର ଭାଙ୍ଗି ଯାଇଥିଲା । ଏହି ଭଙ୍ଗା ପ୍ଲାଷ୍ଟର ଦେଇ ଲୋକମାନେ ଯେତେବେଳେ ଚାହିଁଥିଲେ ସେତେବେଳେ ଯାହା ଦେଖିଥିଲେ ସେଥିରେ ସେମାନଙ୍କ ହୋସ୍ ଉଡି ଯାଇଥିଲା । ପ୍ଲାଷ୍ଟର ତଳେ ୩ଟି କୁମ୍ଭୀର ଫସି ରହିଥିବାର ଦେଖିବାକୁ ମିଳିଥିଲା ।

ଏହାପରେ ଘର ଲୋକେ ଯେତେବେଳେ ପ୍ଲାଷ୍ଟର ଭାଙ୍ଗିଥିଲେ ସେତେବେଳେ ଗୋଟିଏ ପରେ ଗୋଟିଏ ୩ ଟି କୁମ୍ଭୀର ବାହାରକୁ ଆସିବାରେ ଲାଗିଥିଲେ । ଏହା ଦେଖି ନିକଟରେ ଜମା ହୋଇଥିବା ଲୋକମାନେ ଭୟରେ ଚିକ୍ରାର କରିଥିଲେ । ଏହି ଭିଡିଓ ଇନଷ୍ଟାଗ୍ରାମ @mksinfo.official  ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓଟିକୁ ଲକ୍ଷେରୁ ଅଧିକ ଥର ଦେଖାସରିଲାଣି ଓ ଏହା ଉପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହି କେହି ଲେଖିଛନ୍ତ, ଭଲ ଭାବେ ଖୋଳିକିି ଦେଖ କାଳେ ଆଉ କେଉଁଠି କୁମ୍ଭୀର ଲୁଚିଥିବେ ।

 

Get real time updates directly on you device, subscribe now.