fbpx

ଆଉ ଠକଙ୍କୁ କହି ପାରିବେନି ‘୪୨୦’: IPC ଧାରାରେ ହେବାକୁ ଯାଉଛି ଐତିହାସିକ ପରିବର୍ତ୍ତନ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି କାହାକୁ ଧୋକା ଦେଲେ ବା ଠକିଲେ, ତାକୁ ପ୍ରାୟତଃ ‘୪୨୦’ ବୋଲି କୁହାଯାଏ । କାରଣ ଠକାମୀ ପାଇଁ ଭାରତୀୟ ପିଙ୍ଗଳ କୋର୍ଟରେ ଧାରା ୪୨୦ ରହିଛି । ତେବେ ଅପରାଧୀ ବ୍ୟତୀତ ସାଧାରଣ ଜୀବନରେ ମଧ୍ୟ ଅନେକ ସ୍ଥାନରେ ଏହି ଶବ୍ଦ ବ୍ୟବହାର ହୋଇଥାଏ । ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ଏହାର ବ୍ୟବହାର କରିଥାନ୍ତି ଲୋକେ । କିନ୍ତୁ ବର୍ତ୍ତମାନ ଏହି ‘୪୨୦’ର ଅର୍ଥ ବଦଳିବାକୁ ଯାଉଛି । ଏଣିକି ଠକଙ୍କ ପାଇଁ ବ୍ୟବହାର କରିପାରିବେନି ‘୪୨୦’ ଶବ୍ଦ ।

ଖୁବଶୀଘ୍ର ଭାରତୀୟ ଦଣ୍ଡ ସଂହିତାର ଧାରା ୪୨୦ର ସତ୍ତା ବଦଳିବାକୁ ଯାଉଛି । ନିକଟରେ ପ୍ରସ୍ତାବ ଦିଆଯାଇଥିବା ବିଲରେ ଏହି ଧାରାକୁ ନେଇ କୁହାଯାଇଛି । ବର୍ତ୍ତମାନ କେହି ବ୍ୟକ୍ତି ଠକିଲେ ବା ଧୋକା ଦେଲେ, ତାକୁ ‘୪୨୦’ ଆଖ୍ୟା ଦିଆଯିବ ନାହିଁ । ଏଥିପାଇଁ ସମ୍ପୃକ୍ତ ଅଭିଯୁକ୍ତ ଉପରେ ୩୧୬ ଧାରା ଲାଗୁ କରାଯିବ । ସଂସଦରେ ଏ ନେଇ ବିଲ୍ ଆଗତ ହେବା ପରେ ୧୬୩ ବର୍ଷର ପୁରୁଣା ଆଇନ ଏବେ ପରିବର୍ତ୍ତନ ହେବାକୁ ଯାଉଛି । ଏହାସହିତ ମୃତ୍ୟୁର ଦଣ୍ଡବିଧାନ ଏବଂ ଆଇରେ ମଧ୍ୟ ପରିବର୍ତ୍ତନ କରାଯାଉଛି । ବର୍ତ୍ତମାନ ହତ୍ୟା ଆରୋପୀଙ୍କ ଉପରେ ୩୦୨ ଦଫା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିନ୍ତୁ ଏହା ଏବେ ୩୦୨ ନୁହେଁ, ବରଂ ୧୦୧ ଭାବରେ ତାଲକିାରେ ସ୍ଥାନ ପାଇବ । ସେହିପରି ବେଆଇନ ଭାବରେ ଏକଜୁଟ ହେବା ସ୍ଥାନରେ ୧୪୪ ଧାରା ବଦଳରେ ୧୮୭ ଧାରା ଲାଗୁ କରାଯିବ ବୋଲି ବିଲ୍ ରେ ପ୍ରସ୍ତାବ ଦିଆଯାଇଛି ।

ଗତ କିଛି ବର୍ଷରେ ବିଭିନ୍ନ ଧାରାରେ ପରିବର୍ତ୍ତନ ଆଣିବା ସହ ନୂଆ ଧାରା ସାମିଲ କରିଛନ୍ତି ସରକାର । ନିର୍ଭୟା ଭଳି ଘଟଣା ଏବଂ ନ୍ୟାୟିକ ନିଷ୍ପତ୍ତି କାରଣରୁ ୩ଟି ପ୍ରମୁଖ ଅପରାଧିକ ଆଇନରେ ସଂଶୋଧନ କରାଯାଇଛି । ନବାଗତ ବିଲ୍ ରେ ୫୧୧ ଧାରା ପରିବର୍ତ୍ତେ ୩୫୬ ଧାରା ଲାଗୁ କରିବେ ସରକାର । ତେବେ ଏହା ମଧ୍ୟରେ ୧୭୫ ଧାରାରେ ସଂଶୋଧନ କରାଯିବ । ଭାରତୀୟ ସାକ୍ଷ୍ୟ ଅଧିନିୟମ ୧୮୭୨ ସ୍ଥାନରେ ଭାରତୀୟ ସୁରକ୍ଷା ବିଲ୍‌ ୨୦୨୩ ଅଣାଯାଇଛି ।

Get real time updates directly on you device, subscribe now.