fbpx

ବଳ ଗୋଟାଉଛି ଓଡିଶା କଂଗ୍ରେସ, ଘରକୁ ଫେରିବେ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ!

ଓଡିଶା ଭାସ୍କର; ଗତ କିଛି ଦିନ ହେବ ଜାତୀୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଛି । ସାରା ଦେଶରେ କଂଗ୍ରେସ ମୋଦି ବିରୋଧୀଙ୍କୁ ନେଇ ତାର ସାମର୍ଥ୍ୟ ଯୋଗାଡ଼ିବାରେ ଲାଗି ପଡିଛି । ଏହାରି ଭିତରେ ଓଡିଶା ରାଜ୍ୟରେ କଂଗ୍ରେସ ବି ତାର ବଳ ଗୋଟାଇବାରେ ଲାଗିଛି । ଦଳ ଛାଡିଥିବା କିଛି ପୁରୁଖା ନେତାଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଛି । ସେହିପରି ପାର୍ଟି ଆକ୍ସନରେ ନିଲମ୍ବିତ ହୋଇଥିବା ଦୁଇ ଟାଣୁଆ ନେତାଙ୍କୁ ବି ଘରକୁ ଫେରାଇ ଅଣାଯିବା ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀରେ ରାଜ୍ୟର କିଛି ବରିଷ୍ଠ ନେତା ଏନେଇ ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରୁଥିବା ସୂଚନା ରହିଛି ।

ଦଳ ଛାଡିଥିବା ନେତାଙ୍କ ମଧ୍ୟରେ ଗିରିଧର ଗମାଙ୍ଗ, ପୁଅ ଶୀଶିର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗଙ୍କ ନାମ ରହିଛି । ସେପଟେ ନିକଟରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଖୁବଶୀଘ୍ର ଦଳକୁ ଫେରିବେ ବୋଲି ଶୁଣାଯାଉଛି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ବିରୋଧରେ ଲାଗିଥିବା ଆଦେଶକୁ ପ୍ରତ୍ୟାହାର କରି ସେମାନଙ୍କୁ କଂଗ୍ରେସକୁ ଫେରେଇବା ଆଣିବା ପାଇଁ ଦିଲ୍ଲୀରେ ପ୍ରସ୍ତାବ ଦିଆଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.