fbpx

୪ ଜଣ ଓଡ଼ିଆଙ୍କୁ ମିଳିବ ରାଷ୍ଟ୍ରପତି ପଦକ: ସାହସିକତା ଦେଖାଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ

ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶ ପାଳିବ ସ୍ୱାଧୀନତାର ୭୭ ବର୍ଷ । ଭାରତ ସ୍ୱାଦୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଦେଶର ସାହସୀ ପୋଲିସ ଅଫିସରଙ୍କୁ ପୋଲିସ ପଦକ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ଦେଶର ୯୫୪ ଜଣଙ୍କୁ ଏହି ପୋଲିସ ପଦକ ପ୍ରଦାନ କରାଯିବ । ତେବେ ଏହି ୯୫୪ ଅଧିକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି ୪ ଜଣ ଓଡ଼ିଆ । ସାହସିକତା ଏବଂ ସେବା ମନୋଭାବ ଯୋଗୁଁ ସେମାନଙ୍କୁ ପବିତ୍ର ଉତ୍ସବରେ ସମ୍ମାନିତ କରାଯିବ ।

ଏହି ତାଲିକାରେ ହୋମଗାର୍ଡ, ସିଭିଲ ଡିଫେନ୍ସରେ ଓଡ଼ିଶାର ମୋଟ ୪ ଜଣଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ । ଆଗ୍ନିକ ହେମନ୍ତ ସେଠୀଙ୍କ ରାଷ୍ଟ୍ରପତି ସାହସିକତା ପଦକ ସମ୍ମାନ ପାଇଁ ଚୟନ କରାଯାଇଥିବା ବେଳେ ହୋମଗାର୍ଡ ସୀମାଞ୍ଚଳ ନାୟକ, ଗାୟତ୍ରୀ ସିଂହ ପାଇବେ ବିଶିଷ୍ଟ ସେବା ପଦକ । ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ନୃସିଂହ ମହାପାତ୍ରଙ୍କୁ ମଧ୍ୟ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଏହାସହିତ ସୁବେଦାର ପ୍ରହଲ୍ଲାଦ ହିମିରିକା, ଏସଆଇ ସନ୍ତୋଷ କୁମାର ଗୁରୁ,କମାଣ୍ଡୋ ସୁନୀଲ ବରିହା ଏବଂ ସୁଜିତ କୁମାର ରଣାଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ । ଏହାବ୍ୟତୀତ ଅତି ଉଲ୍ଲେଖନୀୟ ସେବା ପାଇଁ ଏଡିଜି ସଞ୍ଜୟ କୁମାର, ଅତିରିକ୍ତ ଏସପି ରବିନ୍ଦ୍ରନାଥ ଶତପଥୀଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ । ସେହିପରି ପ୍ରଶଂସନୀୟ ସେବା ପାଇଁ ୧୧ ଜଣ ଅଧିକାରୀଙ୍କୁ ପୁଲିସ ପଦକ ଦିଆଯିବ ।

ପ୍ରଶଂସନୀୟ ସେବା ପାଇଁ ଅତିରିକ୍ତ ଏସପି ବେଣୁଧର ନାୟକ, ଡିଏସପି ରାଜୀବ ଲୋଚନ ପଣ୍ଡାଙ୍କ ସମେତ ଡିଏସପି ଭିଜିଲାନ୍ସ ଅମିତା ତ୍ରିପାଠୀ, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତଙ୍କୁ ପଦକ ଦେଇ ସମ୍ମାନିତ କରାଯିବ । ସେହିପରି କନେଷ୍ଟବଳ ପିଟର ତୀର୍କି, ଏଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ଏସଆଇ ଦିଲ୍ଲୀପ କୁମାର ନାଏକ, କନେଷ୍ଟବଳ ସୁଶାନ୍ତ କୁମାର ମାଝୀ ଏବଂ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନଙ୍କୁ ଦିଆଯିବ ସେମାନଙ୍କ ଉଚ୍ଚକୋଟୀର ସେବା ମନୋଭାବର ପୁରସ୍କାର । ଏହି ଉତ୍ସବରେ ଦେଶର ୨୨୯ ଜଣଙ୍କୁ ସାହସିକତା ପାଇଁ ପୁଲିସ ପଦକ ଦିଆଯିବାକୁ ଥିବା ବେଳେ ୮୨ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ । ଏହାବ୍ୟତୀତ ୬୪୨ ଜଣଙ୍କୁ ପ୍ରଶଂସନୀୟ ସେବା ଯୋଗୁଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ ।

Get real time updates directly on you device, subscribe now.