fbpx

ମିଳିଲା ବିଶ୍ୱକର୍ମା ଯୋଜନାକୁ ସ୍ୱୀକୃତି, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଶ୍ରେଣୀର ୩୦ ଲକ୍ଷ କାରିଗର ପାଇବେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ ଆଫେୟାରରେ ବିଶ୍ୱକର୍ମା ଯୋଜନାକୁ ସ୍ୱୀକୃତି ମିଳିସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅଭିଭାଷଣ ସମୟରେ ଆଗାମୀ ସେପ୍ଟେମ୍ବରରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଦେଶରେ ବିଶ୍ୱକର୍ମା ସମ୍ମାନ କୌଶଳ ଯୋଜନା ଆରମ୍ଭ କରିବା ଲାଗି ଘୋଷଣା କରିଥିଲେ । ଏହି ଯୋଜନାରେ ଦେଶର ପ୍ରାୟ ୩୦ ଲକ୍ଷ କାରିଗର, ସେମାନଙ୍କ ପରିବାର ଉପକୃତ ହେବେ ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଯୋଜନାରେ ୫ ବର୍ଷ ପାଇଁ ଅର୍ଥାତ୍ ୨୦୧୮ ପର୍ଯ୍ୟନ୍ତ ମୋଟ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୮ ପ୍ରକାର ବିଭିନ୍ନ କାରିଗରଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।  ଯୋଜନା ଜଗରିଆରେ ଦେଶର ଛୋଟ ଛୋଟ କାରିଗରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସେମାନଙ୍କୁ ଋଣ ସହିତ ତାଲିମ, ଆଧୁନିକ ଜ୍ଞାନ କୌଶଳ ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହାୟତା ମଧ୍ୟ ପ୍ରଦାନ କରାଯିବ ।

ଏହି ଯୋଜନା ଜରିଆରେ ଶିଳ୍ପୀ ଓ କାରିଗରମାନଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ, ଆଇଡି କାର୍ଡ, ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ସହାୟତା (ମାତ୍ର ୫ ପ୍ରତିଶତ ସୁଧ ହାରରେ) ଯୋଗାଇ ଦିଆଯିବ । ଏହା ସହିତ ଏହି ଯୋଜନାରେ ଦକ୍ଷତା ତାଲିମ, ଟୁଲକିଟ୍ ପ୍ରୋତ୍ସାହନ, ଡିଜିଟାଲ କାରବାର ଲାଗି ପ୍ରୋତ୍ସାହନ, ମାର୍କେଟିଂ ସପୋର୍ଟ ଇତ୍ୟାଦି ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ କାଠ ଶିଳ୍ପୀ, ସ୍ୱର୍ଣ୍ଣକାର, କୁମ୍ଭାର, ସ୍ଥାପତ୍ୟ ଶିଳ୍ପୀ, ଜୋତା କାରିଗର ଇତ୍ୟାଦିଙ୍କୁ ସାମିଲ କରାଯିବ ।

Get real time updates directly on you device, subscribe now.