fbpx

ଦିଲ୍ଲୀକୁ ପୁଣି ବନ୍ୟା ଆଶଙ୍କା, ବଢୁଛି ଯମୁନା ନଦୀର ଜଳ ସ୍ତର

ନୂଆଦିଲ୍ଲୀ; ଦିଲ୍ଲୀର ପାର୍ବତ୍ୟ ଅଞ୍ଚଳରେ ବର୍ଷା ହେତୁ ସାଧାରଣ ଜୀବନ ପ୍ରଭାବିତ ହେଉଛି । ଭୂସ୍ଖଳନ ହେତୁ ଅନେକ ସ୍ଥାନକୁ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି । ତେବେ ଏହାରି ମଧ୍ୟରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ହେତୁ ଦିଲ୍ଲୀରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

କେନ୍ଦ୍ରୀୟ ଜଳ ଆୟୋଗ ଅନୁସାରେ ଦିଲ୍ଲୀର ଯମୁନା ଜଳ ସ୍ତର ବୃଦ୍ଧି ପାଇବାକୁ ଲାଗୁଛି । ଏହା ବିପଦ ସଂକେତ ଅତିକ୍ରମ କରିଛି । ଯମୁନାର ଜଳସ୍ତର ସୋମବାର ଅପରାହ୍ନ ୩ ଟାରେ ୨୦୩.୪୮ ମିଟର ଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ୬ ଟାରେ ୨୦୪.୯୪ ମିଟର ବୃଦ୍ଧି ପାଇଛି । ତେବେ ଏହି ସମାନ ଅବସ୍ତା ମଧ୍ୟ ତୃତୀୟ ଦିନରେ ବି ରହିଲା, ବୁଧବାର ସକାଳ ୫ ଟାରେ ଯମୁନାର ଜଳ ସ୍ତର ଆହୁରି ୨୦୫.୪୩ ମିଟରକୁ ବୃଦ୍ଧି ପାଇଛି । ଯାହା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ହରିୟାଣାର ଯମୁନା ନଗର ଜିଲ୍ଲାର ହାଥୀନୀକଣ୍ଡ ବ୍ୟାରେଜରେ ୩୦,୧୫୩ କ୍ୟୁସେକ ରେକର୍ଡ ହୋଇଥିବା ବେଳେ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶର ପାହାଡରେ ଲଗାତାର ବର୍ଷା ହେତୁ ଯମୁନା ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଦିଲ୍ଲୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ବନ୍ୟାସ୍ଥିତି ନିୟନ୍ତ୍ରଣ ଅଧିକାରୀଙ୍କ କହିବା ଅନୁସାରେ ନଦୀର ତଳ ଭାଗରେ ବନ୍ୟା ଆସି ପାରେ କିନ୍ତୁ ସ୍ଥିତି ଗମ୍ଭୀର ହୋଇ ନପାରେ ।

Get real time updates directly on you device, subscribe now.