fbpx

Good News… ଚନ୍ଦ୍ରରେ ପାଦ ରଖିବାରୁ ମାତ୍ର ପାଦେ ଦୂରରେ Chandrayan-3 : ଅଲଗା ହେବ ଲାଣ୍ଡର ‘ବିକ୍ରମ’

ବେଙ୍ଗଲୁରୁ: ଆଜି ଇସ୍ରୋ ପକ୍ଷରୁ ସାରା ଭାରତକୁ ମିଳିଛି ଏକ ଗୁଡ ନ୍ୟୁଜ୍ । ଖୁବ କମ୍ ସମୟ ମଧ୍ୟରେ ଦେଶ ରଚିବାକୁ ଯାଉଛି ଇତିହାସ । ଭାରତର ଚର୍ଚ୍ଚିତ ଚନ୍ଦ୍ରଯାନ-୩ ବର୍ତ୍ତମାନ ଚନ୍ଦ୍ରର ଅର୍ବିଟରେ ପଦାର୍ପଣ କରିବା ପାଇଁ ଏକଦମ୍ ପ୍ରସ୍ତୁତ । ଚନ୍ଦ୍ରରେ ପାଦ ରଖିବା ମାତ୍ରେ ମହାକାଶ କ୍ଷେତ୍ରରେ ସଫଳତାହର ସ୍ୱାଦ ଚାଖିବ ଭାରତର ‘ଚନ୍ଦ୍ରମା ମିଶନ୍’ । ତେବେ ଧିରେ ଧିରେ ଚନ୍ଦ୍ରର ଖୁବ ନିକଟତର ହୋଇଛି ଚନ୍ଦ୍ରଯାନ-୩ । ଇସ୍ରୋର କହିବା ଅନୁସାରେ, ଚନ୍ଦ୍ରମାରେ ପହଞ୍ଚିବାର ସମସ୍ତ ପ୍ରକ୍ରିୟା ପୂରଣ କରିବା ପରେ ଚନ୍ଦ୍ରଯାନ-୩ ବର୍ତ୍ତମାନ ପ୍ରପୁଲସନ୍ ମଡ୍ୟୁଲ ଏବଂ ଲାଣ୍ଡର ମଡ୍ୟୁଲକୁ ଅଲଗା କରିବାର ପ୍ରସ୍ତୁତି ଆରମ୍ଭ କରିବ ।

ସାରା ଦେଶ ଅପେକ୍ଷା କରିଥିବା ସେହି ଅପୂର୍ବ ମୁହୂର୍ତ୍ତ ବର୍ତ୍ତମାନ ପହଞ୍ଚି ସାରିଛି । ଆଜିର ଦିନଟି ଚନ୍ଦ୍ରଯାନ-୩ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । କାରଣ ଆଜି ଦୁଇ ଖଣ୍ଡ ହେଇଯିବ ଚନ୍ଦ୍ରଯାନ-୩ । ଲାଣ୍ଡର ‘ବିକ୍ରମ’ରୁ ବିଛିନ୍ନ ହୋଇ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପାଦ ରଖିବା ପାଇଁ ଆଗେଇ ଯିବ । ମଧ୍ୟାହ୍ନ ଗୋଟାଏରେ ପ୍ରୋପଲସନ ମଡ୍ୟୁଲ ସାହାଯ୍ୟରେ ସହିତ ଚନ୍ଦ୍ରମାର କକ୍ଷ ପର୍ଯ୍ୟନ୍ତ ପହଞ୍ଚିବ ବିକ୍ରମ ଲାଣ୍ଡର ରୋଭର । ଏହାପରେ ଆଗାମୀ ଯାତ୍ରା ପାଇଁ ଲାଣ୍ଡର ବିକ୍ରମ ଏକାକୀ ଆଗକୁ ବଢିବ । ତେବେ ଚନ୍ଦ୍ରମାରୁ ଅତି କମରେ ୩୦ କି.ମି ଦୂରରେ ରହିବା ସମୟରେ ଚନ୍ଦ୍ରପୃଷ୍ଠରେ ପାଦ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ ଲାଣ୍ଡର ।

ତେବେ ମିଳିଥିବା ସୂଚନା ଅନୁସାରେ, ଆଉ ଏକ ସପ୍ତାହ ପରେ ଅର୍ଥାତ୍ ଆସନ୍ତା ୨୩ ତାରିଖରେ ଚନ୍ଦ୍ରମାର ବକ୍ଷରେ ପାଦ ଥାପିବ ଭାରତର ଚନ୍ଦ୍ରଯାନ-୩ । ସନ୍ଧ୍ୟା ୫.୪୭ ସମୟରେ ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବ ବୋଲି ଆଶା କରାଯାଉଛି । କିନ୍ତୁ ସଫ୍ଟ ଲାଣ୍ଡିଙ୍ଗର ଏହି ପ୍ରକ୍ରିୟାରେ ଅନେକ ଘାତ-ପ୍ରତିଘାତର ସାମନା କରିବାକୁ ପଡ଼ିବ । ତେବେ ଚନ୍ଦ୍ରମାର ଅଧାରୁ ଅଧିକ ସ୍ପେସକ୍ରାଫ୍ଟ ପୂରଣ କରି ସାରିଛି ଚନ୍ଦ୍ରଯାନ-୩ ଏବଂ ଅଗଷ୍ଟ ୨୩ ତାରିଖରେ ଏହା ଲାଣ୍ଡିଙ୍ଗ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

Get real time updates directly on you device, subscribe now.