fbpx

Sex Invitation ନୁହେଁ ମହିଳାଙ୍କ ଆଧୁନିକ ଡ୍ରେସ: ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସେକ୍ସକୁ ନେଇ ମହିଳାଙ୍କ ଇଚ୍ଛାକୁ ସମର୍ଥନ କରିବା ଉଚିତ । ଯଦି ଜଣେ ମହିଳା ଏଥିପାଇଁ ମନା କରୁଛନ୍ତି, ତେବେ ଏହାକୁ ନା ବୋଲି ଗ୍ରହଣ କରାଯାଉ । ପାରମ୍ପରିକ ଡ୍ରେସ ନ ପିନ୍ଧିବା କିମ୍ବା ମଡର୍ଣ୍ଣ ଡ୍ରେସ ପିନ୍ଧିବାର ଅର୍ଥ ମହିଳା ଯୌନ ସମ୍ବନ୍ଧ ରଖିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ଭାବିବା ଭୁଲ । ଅନେକ କାରଣରୁ ମହିଳା ମଧ୍ୟ ବର୍ତ୍ତମାନ ମଦ୍ୟପାନ କରିବା ସହ ସିଗାରେଟ ଭଳି ନିଶାଗ୍ରସ୍ତ ହେଉଛନ୍ତି । ଯାହା ପୁରୁଷମାନଙ୍କ ସହ ଯୌନ ସମ୍ପର୍କ କରିବା ପାଇଁ ଇଚ୍ଛା ପ୍ରକାଶ କରାଇ ନଥାଏ । ମହିଳା ଏବଂ ସେମାନଙ୍କ ଆଧୁନିକ ପୋଷାକକୁ ନେଇ ଏଭଳି ହ୍ୟାଣ୍ଡବୁକ ଲଞ୍ଚ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥିରେ ମହିଳାଙ୍କୁ ନେଇ ଥିବା ଭ୍ରାନ୍ତ ଧାରଣାକୁ ଖଣ୍ଡନ କରିପାରିବ ।

କୋଲକାତା ହାଇକୋର୍ଟର ବିଚାରପତି ମୌସୂମୀ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ତରଫରୁ ଏହି ହ୍ୟାଣ୍ଡବୁକ ପ୍ରସ୍ତୁତ କରାଯାଇଛି । ଏହି ହ୍ୟାଣ୍ଡବୁକରେ ମହିଳାଙ୍କ ପ୍ରତି ଥିବା ଭ୍ରାନ୍ତ ଧାରଣାକୁ ଦର୍ଶାଉଥିବା ଅନେକ ଅପମାନଜନକ ତଥା ଅନୁଚିତ୍ ଶବ୍ଦର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହାସହିତ ଶବ୍ଦଗୁଡ଼ିକର ବ୍ୟବହାରଯୋଗ୍ୟ ବିକଳ୍ପ ସୂଚୀ ମଧ୍ୟ ଜାରି ହୋଇଛି । ଏହି ବୁକରେ ‘ରକ୍ଷିତା’ଶବ୍ଦ ପରିବର୍ତ୍ତେ ,ହାକୁ ‘ଏପରି ମହିଳା ଯାହାଙ୍କ ସହ ବିବାହ ପରେ ଶାରୀରିକ ସମ୍ପର୍କ ରଖାଯାଇପାରେ’ କୁହାଯାଇପାରିବ । ସେହିପରି ‘ବେଶ୍ୟା’ ଶବ୍ଦ ମଧ୍ୟ ବ୍ୟବହାର କରାଯାଇ ପାରିବ ନାହିଁ, ଏହା ପରିବର୍ତ୍ତେ ‘ସେକ୍ସ ୱାର୍କର’ ବୋଲି ସମ୍ବେଧନ କରାଯିବ । ଏହାବ୍ୟତୀତ ‘ବ୍ୟଭିଚାରିଣୀ’ ସ୍ଥାନରେ ‘ବିବାହ ପରେ ଶାରୀରିକ ସମ୍ପର୍କ ରଖୁତିବା ମହିଳା’ର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଓପନ କୋର୍ଟରେ ଏହାର ସୂଚନା ଦେଇଛନ୍ତି ।

ଏହାବ୍ୟତୀତ ହ୍ୟାଣ୍ଡବୁକରେ ମହିଳାଙ୍କୁ ନେଇ ଥିବା ଭ୍ରାନ୍ତ ଧାରଣାର ଖଣ୍ଡନ କରିବା ପାଇଁ ସେ ଏହା ପଛର ସତ୍ୟତା ସାମନାକୁ ଆଣିଛନ୍ତି ।

• ଯେଉଁ ମହିଳା ପାରମ୍ପରିକ ପୋଷାକ ପିନ୍ଧିନଥାନ୍ତି, ଏହାର ଅର୍ଥ ପୁୁଷଙ୍କ ସହ ସେକ୍ସ ପାଇଁ ସେମାନେ ଇଚ୍ଛକ ବୋଲି କୁହାଯାଇ ପାରିବ ନାହିଁ । କୌଣସି ପୁରୁଷ ସେମାନଙ୍କ ଇଚ୍ଛା ବିନା ଛୁଇଁବା ଅନୁଚିତ ବୋଲି କହିଛନ୍ତି ଅଦାଲତ । ମହିଳାଙ୍କ ପୋଷାକ ସେମାନଙ୍କୁ ଶାରୀରିକ ସମ୍ପର୍କ ପ୍ରତି ସ୍ପୃହା ବା ସହମତିରେ ଛୁଇଁବାକୁ ଆମନ୍ତ୍ରଣ ବୋଲି ଭାବିବା ଉଚିତ୍ ନୁହେଁ ।

• ମହିଳାଙ୍କ ସହ ମଦ୍ୟପାନ ବା ସିଗାରେଟ ଟାଣିବା ସେକ୍ସ ପ୍ରତି ସେମାନଙ୍କ ସହମତି ବୋଲି ଦର୍ଶା ଯାଇ ପାରିବ ନାହିଁ । ମହିଳାଙ୍କ ଅନିଚ୍ଛାରେ ଛୁଇଁଥିଲେ ନିଜକୁ ରକ୍ଷା କରିବା ପାଇଁ ପୁରୁଷ ଏହାକୁ ଅସ୍ତ୍ର କରିପାରିବେ ନାହିଁ ।

• ମହିଳାଙ୍କୁ ବଳାତ୍କାର କରଥିବା ପ୍ରତ୍ୟେକ ବ୍ୟକ୍ତି ଅଜଣା ନୁହେଁ । ଅନେକ ମାମଲାରେ ପରିଚିତ ତଥା ସମ୍ପର୍କୀୟ ମାନେ ମଧ୍ୟ ଏଭଳି କାଣ୍ଡ ଘଟାଇଥାନ୍ତି ।

• ତେବେ ଯୌନ ଶେଷଣର ଅଭିଯୋଗ ବିଳମ୍ବରେ କରିବାର ଅର୍ଥ ଏହା ମିଥ୍ୟା ବୋଲି ମଧ୍ୟ ବିଚାର କରାଯାଇ ପାରିବ ନାହିଁ । ଜଣେ ମହିଳାଙ୍କ କ୍ଷେତ୍ରରେ ଏଭଳି ଅଭିଯୋଗ କରିବା ପାଇଁ ଯଥେଷ୍ଟ ସାହସର ଆବଶ୍ୟକତା ରହିଛି । ଅନେକ ସମୟରେ ପରିବାରର ଅସହଯୋଗ ଏବଂ ସାମାଜିକ ଭୟ ପାଇଁ ବିଳମ୍ବରେ ଏଭଳି ଅଭିଯୋଗ ଆଣିଥାନ୍ତି ମହିଳା ।

• ଅନେକ ସମୟରେ ମହିଳା ଯୌନ ନିର୍ଯାତନା ପରେ ମଧ୍ୟ ଅଭିଯକ୍ତଙ୍କ ସହ କଥାବାର୍ତ୍ତା ଜାରି ରଖନ୍ତି । ତେବେ ଏହାର ଭୁଲ ଅର୍ଥ ବାହାର କରିବା ଅନୁଚିତ୍ । ଅନେକ ସମୟରେ ସମ୍ପର୍କୀୟ ତଥା ଅଫିସସ୍ମୋଲିକ ଏହି ଘଟଣାରେ ଅଭିଯୁକ୍ତ ଥରୟାଇପାରନ୍ତି, ଯାହାଙ୍କ ସହ କଥା ହେବା ମହିଳାଙ୍କ କ୍ଷେତ୍ରରେ ବାଧ୍ୟତାମୂଳକ ହୋଇଯାଏ ।

Get real time updates directly on you device, subscribe now.