fbpx

ପ୍ରୋପଲ୍ସନ ମଡ୍ୟୁଲ୍‌ ଠାରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ୍‌, ଆଗାମୀ ୬ ଦିନ ଗୁରୁତ୍ୱପୁର୍ଣ୍ଣ

ନୂଆଦିଲ୍ଲୀ: ଲ୍ୟାଣ୍ଡର ବିକ୍ରମ୍ ଠାରୁ ସଫଳତାପୁର୍ଣ୍ଣ ଅଲଗା ହୋଇଛି । ଆଗକୁ ଚନ୍ଦ୍ର ଯାଏଁ ବାକି ୧୦୦ କିଲୋମିଟର ରସ୍ତା ଲ୍ୟାଣ୍ଡର ବିକ୍ରମ୍‌କୁ ନିଜେ ଅତିକ୍ରମ କରିବ । ଏଥିପାଇଁ ବିକ୍ରମ୍ ନିଜର ଇଞ୍ଜିନ୍ ବା ଥ୍ରେଷ୍ଟର୍ସକୁ ବ୍ୟବହାର କରି ନିଜର ଗତିକୁ କମାଇବା ସହିତ ନିୟନ୍ତ୍ରଣ କରିବ । ପ୍ରପଲ୍‍ସନ ମଡ୍ୟୁଲ୍‍ ଠାରୁ ପୃଥକ୍‍ ହେବା ପରେ ରୋଭର୍‍ ବହନ କରି ଲ୍ୟାଣ୍ଡର୍‍ ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଗୁରୁବାର ମଧ୍ୟାହ୍ନ ସମୟରେ ବିକ୍ରମ୍ ପ୍ରୋପଲ୍ସନ ଠାରୁ ଅଲଗା ହୋଇଛି ।  ଏହା ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟା ୪୭ ମିନିଟ୍‍ରେ ଦକ୍ଷିଣ ଧ୍ରୁବ ନିକଟରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ।

ମିଳିଥିବା ସୂଚନା ଅନୁସାରେ, ଆଉ ଏକ ସପ୍ତାହ ପରେ ଅର୍ଥାତ୍ ଆସନ୍ତା ୨୩ ତାରିଖରେ ଚନ୍ଦ୍ରମାର ବକ୍ଷରେ ପାଦ ଥାପିବ ଭାରତର ଚନ୍ଦ୍ରଯାନ-୩ । ସନ୍ଧ୍ୟା ୫.୪୭ ସମୟରେ ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବ ବୋଲି ଆଶା କରାଯାଉଛି । କିନ୍ତୁ ସଫ୍ଟ ଲାଣ୍ଡିଙ୍ଗର ଏହି ପ୍ରକ୍ରିୟାରେ ଅନେକ ଘାତ-ପ୍ରତିଘାତର ସାମନା କରିବାକୁ ପଡ଼ିବ । ତେବେ ଚନ୍ଦ୍ରମାର ଅଧାରୁ ଅଧିକ ସ୍ପେସକ୍ରାଫ୍ଟ ପୂରଣ କରି ସାରିଛି ଚନ୍ଦ୍ରଯାନ-୩ ଏବଂ ଅଗଷ୍ଟ ୨୩ ତାରିଖରେ ଏହା ଲାଣ୍ଡିଙ୍ଗ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

Get real time updates directly on you device, subscribe now.