fbpx

ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଭାଗ ନେବା ପାଇଁ କିଶୋର ଜେନାଙ୍କୁ ମିଳିଲାନି ଭିସା, ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କଲେ ନୀରଜ ଚୋପ୍ରା

ନୁଆଦିଲ୍ଲୀ: ଅଲମ୍ପିକ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ଗୁରୁବାର ସାଥୀ ଖେଳାଳି କିଶୋର ଜେନାଙ୍କ ଭିସା ପାଇବାକୁ ଦେଖା ଦେଇଥିବା ସମସ୍ୟାର ସମାଧାବ ପାଇଁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି । ଚଳିତ ବର୍ଷ ହଙ୍ଗେରୀର ବୁଦାପେଷ୍ଟରେ ବିଶ୍ୱ ଦୌଡ଼କୁଦ ପ୍ରତିଯୋିତା ଆୟୋଜିତ ହେଉଥିବା ବେଳେ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି କିଶୋର । ତେବେ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଭିସା ମିଳି ନଥିବାରୁ କିଶୋର ସେଠାକୁ ଯାଇ ପାରି ନାହାନ୍ତି ।

ହଙ୍ଗେରୀରେ ଅଗଷ୍ଟ ୧୯ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଶ୍ୱର ଶ୍ରେଷ୍ଠ ଆଥଲେଟ୍ ମାନେ ଅଂଶ ଗ୍ରହଣ କରିବେ । ତେବେ କିଶୋରଙ୍କ ଭିସା ସମସ୍ୟା ବିଷୟରେ ଜାଣିବା ପରେ ନୀରଜ ଏକ ଟ୍ୱିଟ୍ କରି ଲେଖିଛନ୍ତି, ‘ଜାଣିବାକୁ ପାଇଲି କିଶୋର ଜେନାଙ୍କୁ ହଙ୍ଗେରୀ ଭିସା ମିଳିବାରେ କିଛି ସମାସ୍ୟା ଉପୁଜିଛି, ଯାହା ତାଙ୍କୁ ଏଠାରେ ହେବାକୁ ଥବା ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରୁ ଅଂଶ ଗ୍ରହଣ କରିବାରେ ଆଶଙ୍କା ସୃଷ୍ଟି କରୁଛି । ତେବେ ମୁଁ ଆଶା କରୁଛି ଯେ, ଅଧିକାରୀମାନେ ଏହାର ସମାଧାନ ପାଇଁ ଜରୁରି ପଦକ୍ଷେପ ନେବେ। ‘

କିଶୋର ଜେନା ନିକଟ ଅତିତରେ ତାଙ୍କର ପ୍ରଦର୍ଶନ ବଳରେ ଭାରତୀୟ କ୍ରୀଡ଼ା ଜଗତରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସେ ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ୩୩ତମ ସ୍ଥାନରେ ରହିଛନ୍ତି । ନିକଟରେ ଶ୍ରୀଲଙ୍କା ଚାମ୍ପିଅନସିପ୍‌ରେ ସେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୩୮ ମିଟର ଜିଭେଲିନ୍ ଫିଙ୍ଗିଥିଲେ । ଯାହା ତାଙ୍କୁ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଆଣି ଦେଇଥିଲା ।

Get real time updates directly on you device, subscribe now.