fbpx

ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାରେ ନିଜ ଆଡୁ ମାମଲା ଦାୟର କଲେ ମହିଳା କମିଶନ

ଭୁବନେଶ୍ୱର: ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ନିଜ ଆଡୁ ମାମଲା ଦାୟର କରି ଏସପିଙ୍କୁ ଜବାବ ମାଗିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ଜବାବ ଦେବାକୁ ଏସପିଙ୍କୁ କୁହାଯାଇଛି । ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ କଣ ପଦକ୍ଷେପ ନିଆଯାଇଛି ସେ ନେଇ ଉତ୍ତର ରଖିବାକୁ କହିଛନ୍ତି ରାଜ୍ୟ ମହିଳା କମିଶନ ।

ସେପଟେ ମୃତ ମାଟ୍ରିକ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ସହ ପ୍ରେମ ସଂପର୍କକୁ ସ୍ୱୀକାର କରିଛନ୍ତି ଖେଳ ଶିକ୍ଷକ । ଗତକାଲି କଟକ ଜିଲ୍ଲା ଏସପି ମିହିର ପଣ୍ଡା ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜଗତସିଂହପୁର ଛେଳିଆଗଡ ଗାଁରେ ତଦନ୍ତକାରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତକାରୀ ଟିମ୍ ସ୍ୱର୍ଣ୍ଣଲତାଙ୍କ ପ୍ରେମିକ ତଥା ଖେଳ ସାରଙ୍କ ଘରେ ପହଞ୍ଚି ପଚରାଉଚରା କରିଛନ୍ତି ।

ସୂଚନା ଥାଉକି,ଏହି ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଆଉ ସେହି ମୃତ୍ୟୁ ପରେ ଏକ ଚିଠି ଓ ଅଡିଓ ଭାଇରାଲ ହୋଇଥିଲା । ଅଡିଓରେ ମାହାଙ୍ଗାର ଜଣେ ବିଜେଡି ନେତାଙ୍କ ସ୍ୱର ରହିଥିଲା । ଅଡିଓ କଲ ରେକର୍ଡ଼ିଂକୁ ନେଇ ଚର୍ଚ୍ଚାକୁ ଆସିଥିଲା ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ମାମଲା । ତେବେ କିଭଳି ଓ କେଉଁ ପରିସ୍ଥିତିରେ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ହୋଇଥିଲା ତାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ସେହି ଭାଇରାଲ ଅଡିଓ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଏସ୍‌ପି ।

 

 

 

Get real time updates directly on you device, subscribe now.