fbpx

ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ବିଜେପି ତା’ର ସଂଗଠନକୁ ସଜାଡ଼ିବା ସହିତ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଏହା ମଧ୍ୟରେ ଦଳ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ପ୍ରାର୍ଥୀଙ୍କର ପ୍ରଥମ ଲିଷ୍ଟ ଜାରି କରିଛି । ମଧ୍ୟପ୍ରଦେଶର ୩୯ ଓ ଛତିଶଗଡ଼ ପାଇଁ ୨୧ ଜଣଙ୍କ ନାମ ଘୋଷଣା କରାଯାଇଛି ।

ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ଟି ଆସନ ରହିଥିବା ବେଳେ ଦଳ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସେହିପରି ଛତିଶଗଡ଼ ବିଧାନସଭାରେ ମୋଟ ୯୦ଟି ଆସନ ରହିଥିବା ବେଳେ ଦଳ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଚଳିତ ବର୍ଷ ଏହି ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।

ଗତ ୧୬ ତାରିଖରେ ଦଳର ନିର୍ବାଚନ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଗକୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଆଲୋଚନା ହୋଇଥିଲା । ଏହି ଦୁଇ ରାଜ୍ୟ ବ୍ୟତୀତ ଚଳିତ ବର୍ଷ ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବ । ବିଧାନସଭା ସିଟକୁ ଦଳ ୪ଟି ଶ୍ରେଣୀରେ ଭାଗ କରିଥିବା ସୂତ୍ରରୁ ଜଣାପଡ଼ିଛି । ଏହି ଅବସରରେ ଜିତିଥିବା ସିଟ୍ ଓ ହାରିଥିବା ସିଟ ଉପରେ ମନ୍ଥନ ହୋଇଥିଲା । ଏଥିସହିତ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । କେନ୍ଦ୍ର ସରକାର ବିଗତ ବର୍ଷମାନଙ୍କରେ କ’ଣ ସବୁ ଭଲ କାର୍ଯ୍ୟ କରିଛନ୍ତି ତାହା ଲୋକଙ୍କୁ ବୁଝାଇବାକୁ କୁହାଯାଇଥିଲା ।

CHHATTISGARH ASSEMBLY ELECTION 2023

Get real time updates directly on you device, subscribe now.