fbpx

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା: ବାତ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୭୧ରେ ପହଞ୍ଚିଲା

ଶିମଲା : ଚାରି ଦିନ ଧରି ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଘଟିବାରେ ଲାଗିଛି । ଦେଖିବାକୁ ଗଲେ ବିଭିନ୍ନ ଦୁର୍ଘଟଣାରେ ୭୧ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଶହ ଶହ ଘର ନଷ୍ଟ ହୋଇଥିବା ଖବର ମଧ୍ୟ ମିଳିଛି । ଏବେ ମଧ୍ୟ ଅନେକ ସ୍ଥାନରେ ଲୋମାନେ ଫସି ରହିଛନ୍ତି । କାଙ୍ଗ୍ରା, ମାଣ୍ଡି, ଚାମ୍ବାରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି । ବାୟୁସେନା, ଏନଡିଆରଏଫ, ଏସଡିଆରଏଫ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବନ୍ୟାସ୍ଥାନରେ ଫସି ରହିଥିବା ଲୋକମାନଙ୍କୁ ହେଲିକପ୍ଟର ସାହାର୍ଯ୍ୟରେ ଉଦ୍ଧାର କରାଯାଉଛି । ଶିମଲାର ହିମଲ୍ୟାଣ୍ଡକୁ ବିପଦ ସ୍ଥାନ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜେ କହିଛନ୍ତି ଏହି ବିପର୍ଯ୍ୟୟ ଯୋଗୁଁ ହୋଇଥିବା କ୍ଷତିପୂରଣ ପାଇଁ ଏକ ବର୍ଷ ସମୟ ଲାଗିବ ।

ଅନ୍ୟପକ୍ଷରେ ହିମାଞ୍ଚଳର ଶିମଲାରେ ଅଗଷ୍ଟ ୧୭ରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ । ଶିମଲାରେ ବାମ୍ବାର ଭୂସ୍ଖଳନ ହେତୁ ଏହି ନିଷ୍ପତି ନିଆଯାଇଛି । ଏହା ଛଡା ହିମାଞ୍ଚଳପ୍ରଦେଶର ଅବଶିଷ୍ଟ ଜିଲ୍ଲାଗୁଡିକରେ ସ୍କୁଲ ଖୋଲିବ ।

ଶିମଲାରେ ୫୪ ଦିନ ମଧ୍ୟରେ ୭୪୨ ମିଲିମିଟର ବର୍ଷା ହୋଇଛି, ଯାହା ଜୁନ ସେପ୍ଟେମ୍ବର ୩୦ ମଧ୍ୟରେ୭୩୦ ମିଲିମିଟର ତୁଳନାରୁ ଅଧିକ । ପାଣିପାଗ ବିଭାଗର ଆକଳନ ଅନୁସାରେ ଏହି ବର୍ଷା ଗତ ୫୦ ବର୍ଷର ରେକର୍ଡ ଭାଙ୍ଗିଛି । ଏହା ଛଡା ମନାଲି, ସୋଲାନ, ରୋହରୁ, ଉନା,ଗାମୁର, ହମିରପୁର ଏବଂ କିଲୋଙ୍ଗ ସହରରେ ଜୁଲାଇ ୯ରେ ବର୍ଷ ରେକର୍ଡ ଭାଙ୍ଗିଥିଲା । ଏହି ଦିନ ରାଜ୍ୟରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି ।

ପାଣିପାଗ ବିଭାଗ ଅନୁସାରେ ହିମାଚଳପ୍ରଦେଶରେ ଜୁଲାଇ ୭ରୁ ୧୦ ପର୍ଯ୍ୟନ୍ତ ଚାରି ଦିନରେ ୨୨୩ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ଯାହା ୪୧.୬ ମିଲିମିଟର ବର୍ଷାର ୪ ଗୁଣରୁଅଧିକ । ରବିବାର ଠାରୁ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା କିଛି ଦିନରେ ମୌସୁମୀ ଦୃବଳ ହୋଇ ଅଗଷ୍ଟ ୨୫ରେ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି । ଏହି ଋତୁରେ ରାଜ୍ୟରେ ଅନେକସ୍ଥାନରେ ବର୍ଷା ରେକର୍ଡ ହୋଇଛି ।

Get real time updates directly on you device, subscribe now.