fbpx

ହନିଟ୍ରାପ୍‌ର ଶିକାର ୬୦ ବର୍ଷୀୟ ବ୍ୟକ୍ତି, ଟଙ୍କା ନଦେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ହେବ..

ଓଡିଶା ଭାସ୍କର; ଗତ କିଛି ଦିନ ହେବ ଦେଶରେ ପ୍ରାୟ ସମସ୍ତ ସ୍ଥାନରେ କେହି ନା କେହି ହନିଟ୍ରାପ୍‌ର ଶିକାର ହେଉଥିବା ଦେଖିବାକୁ ମିଳୁଛି । କହିବାକୁ ଗଲେ ଏବେ ସାରା ଦେଶରେ ଅନେକ ହନିଟ୍ରାପ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି । ଯଦି ଏଥିପ୍ରତି ଯଦି ସଚେତନ ନ ରୁହନ୍ତି ତେହେଲେ ଯେକୌଣସି ମୁହୂର୍ତ୍ତରେ ଆପଣ ବି ଏଥିରେ ଶିକାର ହୋଇପାରନ୍ତି । ଏମାନଙ୍କ ଟାର୍ଗେଟରେ କେବଳ ଯୁବକ ନୁଁହନ୍ତି ବରଂ ବୟସ୍କ ବ୍ୟକ୍ତି ମଧ୍ୟ ରହିଛନ୍ତି । ଏବେ ବେଙ୍ଗାଲୁରୁର ଜଣେ ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି ଏହି ହନିଟ୍ରାପ୍‌ର ଶିକାର ହୋଇଥିବା ଦେଖିବାକୁ ମିଳିଛି । ୨ ଜଣ ମହିଳା ଉକ୍ତ ବ୍ୟକ୍ତିଙ୍କଠାରୁ ୮୨ ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି । ଜୟନଗର ପୁଲିସରେ ଏନେଇ ଏକ ଅଭିଯୋଗ ମଧ୍ୟ ହୋଇଛି । ଏଥିରେ ଫସିଥିବା ବୟସ୍କ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

ନରେଶ (ପରିବର୍ତ୍ତିତ ନାମ)ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଆନ୍ନାମ୍ମା ନାମକ ଜଣେ ମହିଳାଙ୍କ ସହ ଏପ୍ରିଲରେ ପରିଚୟ କରିଥିଲେ। ଆନ୍ନାମ୍ମାର ପୁଅ କର୍କଟରେ ପୀଡ଼ିତ ଥିବାରୁ ସେ ତାକୁ ଆର୍ଥିକ ସହଯୋଗ କରିବାକୁ କହିଥିଲେ । ଯାହାକୁ ନେଇ ଏକ ହୋଟେଲରେ ନରେଶ ଏବଂ ଆନ୍ନାମ୍ମା ଭେଟ ହୋଇଥିଲେ ଏବଂ ସେହିଦିନ ହିଁ ନରେଶ ଆନ୍ନାମ୍ମାକୁ ୫ ହଜାର ଦେଇଥିଲେ । ଏହାପରେ ନରେଶଙ୍କଠାରୁ ବିଭିନ୍ନ କାରଣ ଦର୍ଶାଇ ଟଙ୍କା ନେଇ ଚାଲିଥିଲା ଆନ୍ନାମା । ମେ’ ପ୍ରଥମ ସପ୍ତାହ‌ରେ ଆନ୍ନାମ୍ମା ନରେଶଙ୍କୁ ହୁସକୁର ଗେଟ୍‌ ସ୍ଥିତ ଏକ ହୋଟେଲକୁ ଡାକିଥିଲା। ଆନ୍ନାମା ତା’ ସହ ସମ୍ପର୍କ ରଖିବପାଇଁ ନରେଶଙ୍କୁ ବାଧ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ଆନ୍ନାମ୍ମା ତା’ର ଜଣେ ବନ୍ଧୁ ସ୍ନେହା ସହ ତାଙ୍କୁ ପରିଚୟ କରାଇଥିଲା। ସେ ମଧ୍ୟ ନରେଶଙ୍କଠାରୁ ଟଙ୍କା ନେଇଥିଲା। ଏହାପରେ ଆନ୍ନାମ୍ମା ଏବଂ ସ୍ନେହା ନରେଶଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ ।

ଯଦି ନରେଶ ଟଙ୍କା ନଦେବେ ତାହେଲେ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇଥିଲେ । ଏହା ପରେ ନରେଶ ସେମାନଙ୍କୁ କିଛି ବି ଟଙ୍କା ନଦେଇ ନିରବ ରହିଥିଲେ । କିନ୍ତୁ ଏହାପରେ ନରେଶଙ୍କୁ ସେମାନେ କିଛି ଭିଡିଓ ଓ ଫଟୋ ପଠାଇ ସେମାନେ ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ। ଶେଷରେ ନରେଶ ବାଧ୍ୟ ହୋଇ ତାଙ୍କ ପ୍ରୋଭିଡେଣ୍ଟ୍‌ ଫଣ୍ଡରୁ ୮୨ ଲକ୍ଷ ଟଙ୍କା ଉଠାଇ ଆନ୍ନାମ୍ମା ଏବଂ ସ୍ନେହାକୁ ଦେଇଥିଲେ । ଯଦି ସେ ଏକଥା କାହାକୁ କହିଦେବେ ତେବେ ତାଙ୍କ ଝିଅକୁ ଦୁଷ୍କର୍ମ କରାଯିବ ବୋଲି ଧମକ ଦେଇଥିଲେ। ଫଳରେ ଏହାକୁ ନରେଶ ଭୟକରି କାହାକୁ କିଛି ନ ଜଣାଇ ନିରବ ରହିଯାଇଥିଲେ ।

କିନ୍ତୁ ସେମାନେ କିଛି ଦିନ ପରେ ପୁଣି ନରେଶଙ୍କଠାରୁ ଆଉ ୪୨ ଲକ୍ଷ ଦାବି କରିବାରୁ ନରେଶ ପୁଲିସରେ ଏତଲା ରୁଜୁ କରିଥିଲେ। ପୁଲିସ ଉକ୍ତ ମାମଲାର ତଦନ୍ତ ଆରମ୍ଭ କରିବାପରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ରୀନା ଆନ୍ନାମ୍ମା (୪୦), ସ୍ନେହା (୩୦) ଏବଂ ସ୍ନେହାଙ୍କ ସ୍ୱାମୀ ଲୋକେଶ (୨୬)। ପୁଲିସ ସେମାନଙ୍କ ଆକାଉଣ୍ଟ୍‌ରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଅଚଳ କରିଦେଇଛି । ଏମାନେ ପୂର୍ବରୁ ମଧ୍ୟ ଏଭଳି ଅନେକ ଲୋକଙ୍କୁ ଫସାଇଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.