fbpx

ପ୍ରତି ଜିଲ୍ଲାରେ ଖୋଲାଯିବ ଏଆରସି, ଏଥିଲାଗି ପ୍ରତି ଜିଲ୍ଲାରେ ଖର୍ଚ୍ଚ ହେବ ୨୭ ରୁ ୩୦ କୋଟି ଟଙ୍କା

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ପୁନର୍ବାସ କେନ୍ଦ୍ର ବା ଏଆରସି ଖୋଲାଯିବ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିବାକୁ ଯାଉଛନ୍ତି । ଏଣିକି ରାଜ୍ୟର ସମସ୍ତ ଜିଲ୍ଲାରେ ମିଳିବ କୃତ୍ରିମ ଅଙ୍ଗ ପ୍ରତିରୋପଣ ସୁବିଧା।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲ୍ଲାରେ ପୁନର୍ବାସ କେନ୍ଦ୍ର ଖୋଲାଯିବ। ଏଥିଲାଗି ପ୍ରତି ଜିଲ୍ଲାରେ ଖର୍ଚ୍ଚ ହେବ ୨୭ ରୁ ୩୦ କୋଟି ଟଙ୍କା । ପର୍ଯ୍ୟାୟକ୍ରମେ ଅବଶିଷ୍ଟ ଜିଲ୍ଲାରେ ପୁନର୍ବାସ କେନ୍ଦ୍ର ଖୋଲାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।

ବର୍ତ୍ତମାନ କେବଳ କ୍ୟାପିଟାଲ ହସ୍ପିଟାଲରେ କୃତ୍ରିମ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥା ରହିଛି । ହେଲେ ଆଉ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆସି କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାକୁ ପଡିବ ନାହିଁ । ଏଥର ନିଜ ଜିଲ୍ଲାରେ ରହି ସେଠାରେ ହିଁ ସମସ୍ତେ ସେବା ପାଇପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.