fbpx

ବିଟେନ ମ୍ୟୁଜିୟମରୁ ଚୋରି ହେଲା ଅନେକ ଐତିହାସିକ ବସ୍ତୁ

ଲଣ୍ଡନ : ଲଣ୍ଡନ ଇତିହାସିକ ବ୍ରିଟେନ ମ୍ୟୁଜିୟମରେ ବହୁ ବର୍ଷ ପୁରୁଣା ମୂର୍ତ୍ତି ସଂରକ୍ଷଣ ହୋଇଥିଲା । କିନ୍ତୁ ଏବେ ଏହା ଚେରି ହେବା ପରେ ବ୍ରିଟେନରେ ଏହାକୁ ନେଇ ବିଶୃଙ୍ଖଳା ଦେଖାଯାଇଛି । ଏହି ସଂଗ୍ରହାଳୟ ଲଣ୍ଡରେ ପର୍ଯଟକମାନଙ୍କୁ ଆକୃଷ୍ଟ କରିବାର ପ୍ରମୁଖ କେନ୍ଦ୍ର ଥିଲା । ଏହି ବ୍ରିିଟିସ ମ୍ୟୁଜିୟମର ଭଣ୍ଡାର କକ୍ଷରୁ କିଛି ବସ୍ତୁ ଚୋରି ହେବାର ଖବର ମିଳିଛି । ଏହା ପରେ ସେଠାରେ ଜଣେ କର୍ମଚାରୀଙ୍କୁ ବହିସ୍କାର କରାଯାଇଛି । ଏହି ମ୍ୟୁଜିୟମରେ ଭାରତୀୟ କଳାକୃତିର ଅନେକ ନମୁନା ମଧ୍ୟ ଦେଖବାକୁ ମିଳିଥାଏ ।

ମ୍ୟୁଜିୟମର ଅଧକ୍ଷ ପୋଲିକୁ ସୂଚନା ଦେବା ପରେ ପୋଲିସ ଏହାର ତଦନ୍ତ କରୁଛି । ଏହା ଛଡା ମ୍ୟୁଜିୟର ସୁରକ୍ଷା ପାଇଁ ମଧ୍ୟ ପୋଲିସକୁ ସାହାର୍ଯ୍ୟ ମାଗିଛନ୍ତି ମ୍ୟୁଜିୟମର ଅଧକ୍ଷ ।

ମ୍ୟୁଜିୟମର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଭଣ୍ଡାର କକ୍ଷରେ ରଖାଯାଇଥିବା ଜିନିଷ ଗୁଡିକ ଛୋଟ ଆକାରର ଥିଲା ଯାହାକୁ ଚୋରି କରିବା ସହଜ । ଏହା ଛଡା ଭଣ୍ଡାର କକ୍ଷରେ ସୁନାର ଅଳଙ୍କାର ମଧ୍ୟ ଥିଲା । ୧୫ ଶତାଦ୍ଧିର ମୂଲ୍ୟବାନ ପଥର ମଧ୍ୟ ଏଠାରେ ରଖାଯାଇଥିଲା । ଏଥିରେ ଅନେକ କାଚ ବସ୍ତୁ ମଧ୍ୟ ସାମିଲ ଥିଲା ତେବେ ଏହି ସବୁ ଜିନିଷ ଗୁଡିକୁ ପଦର୍ଶନ ପାଇଁ ରଖାଯାଇନଥିଲା । ଏଗୁଡିକୁ ଯାଞ୍ଚ କରିବା ପାଇଁ ବା ପରିକ୍ଷା କରିବା ପାଇଁ ରଖାଯାଇଥିଲା ।

Get real time updates directly on you device, subscribe now.