fbpx

ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ଶୁକ୍ରବାର ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ, ଓଡିଆର ପ୍ରଫେସର ସବିତା ପ୍ରଧାନ ସତ୍ୟବାଦିରେ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ନିଯୁକ୍ତ କରାଯାଇଛି। ୨୦୨୩-୨୪ରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ସାହିତ୍ୟ, ଭାଷାବିଜ୍ଞାନ, ଆଦିବାସୀ ଭାଷା ଓ ଐତିହ୍ୟ ବିଷୟରେ ଶିକ୍ଷାଦାନ ଆରମ୍ଭ ହେବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ।

ଏହାରି ମଧ୍ୟରେ ବପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହୋଇଛି । ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ବର୍ତ୍ତମାନ ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବିଶ୍ବବିଦ୍ୟାଳୟର ଅଫିସ୍‌ ଓ ଶିକ୍ଷାଦାନ ଚାଲିଛି। ନାମଲେଖା ପୂର୍ବରୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଏବଂ ଅନ୍ୟ ସମସ୍ତ ପ୍ରକ୍ରୟା ସାରିବା ପାଇଁ ବିଭାଗ ଗୁରୁତ୍ୱ ଦେଉଥିବା ଅତିରିକ୍ତ ସଚିବ କହିଥିଲେ। ଏବେ ନିଯୁକ୍ତି ପରେ ଅନ୍ୟ ପଦବୀ ମାନଙ୍କରେ ମଧ୍ୟ ନିଯୁକ୍ତି କରାଯାଇ ଖୁବଶୀଘ୍ର ଶିକ୍ଷାଦାନ ଆରମ୍ଭ କରିବାକୁ ସରକାରଙ୍କ ଯୋଜନା ରହିଛି।

Image

Get real time updates directly on you device, subscribe now.