fbpx

ଲୋନ୍ ଆକାଉଣ୍ଟରେ ଜୋରିମନାକୁ ନେଇ ନିର୍ଦ୍ଦେଶ ଜାରି କଲା RBI: ହେଲା ଏହି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଗୁଡିକରେ ଏବଂ ଆର୍ଥିକ ଅନୁଷ୍ଠାନ ଗୁଡିକ ପାଇଁ ନୂଆ ଗାଇଡଲାଇନ ପ୍ରସ୍ତୁତ କରିଛି । ଏହା ସହିତ ଋଣ ଆକାଉଣ୍ଟରେ ଜୋରିମନାକୁ ନେଇ କେତେକ ନିୟମ ବିଷୟରେ ନିର୍ଦ୍ଦେଶ ଜାରି କରାଯାଇଛି । ଆରବିଆଇ କହିଛି ଯେ, ବ୍ୟାଙ୍କ ଏବଂ ରେଗୁଲେଟେଡ ଏଣ୍ଟିଟି ନିଜ ରେଭିନ୍ୟୁ ବଢାଇବା ପାଇଁ ଲୋନ ଆକାଉଣ୍ଟ ଉପରେ ଜୋରିମନାର ବିକଳ୍ପର ବ୍ୟବହାର କରନ୍ତୁ ନାହିଁ ।

ଜାଣିନିଅନ୍ତୁ କ’ଣ ରହିଛି ନିୟମ : ନିକଟରେ ରିଜର୍ଭ ବ୍ୟାଙ୍କ ଏକ ସକ୍ୟୁଲାର ଜାରୀ କରିଛି । ଯେଉଁଥିରେ କୁହାଯାଇଛି ଯେ, ବ୍ୟାଙ୍କଗୁଡିକ ଋଣ ଉପରେ ଆଦାୟ କରାଯାଉଥିବା ସୁଧ ଉପରେ ଜରିମାନା ଆଦାୟ କରୁଛନ୍ତି ଏବଂ ଏହି ଆଧାରରେ, ଋଣଦାତାଙ୍କଠାରୁ ସୁଧ ଉପରେ ସୁଧ ନେଉଛନ୍ତି ବୋଲି ଏହି ନିଷ୍ପତ୍ତି ନିଆଯାଇଛି । ଆରବିଆଇ ନୂତନ ନିର୍ଦ୍ଦେଶାବଳୀ ଘୋଷଣା କରିଛି, ଯାହାଫଳରେ ଋଣ ଡିଫଲ୍ଟ ହେଲେ ବ୍ୟାଙ୍କଗୁଡିକ ଦ୍ୱାରା ଆଦାୟ କରାଯାଉଥିବା ଚାର୍ଜକୁ ଫାଇନ କୁହାଯିବ ନା କି ସୁଧ ଭାବରେ ଗ୍ରହଣ କରାଯିବ ।

କେବେ ଠାରୁ ଆରମ୍ଭ ହେବ ଏହି ଗାଇଡଲାଇନ : ଆରବିଆଇ ସର୍କୁଲାର ଅନୁଯାୟୀ, ଏହି ନୂତନ ନିର୍ଦ୍ଦେଶାବଳୀ ଆସନ୍ତା ବର୍ଷ ଅର୍ଥାତ୍ ଜାନୁୟାରୀ 1, 2024 ଠାରୁ କାର୍ଯ୍ୟକାରୀ ହେବ। ଛୋଟ ଫାଇନାନ୍ସ ବ୍ୟାଙ୍କ, ସ୍ଥାନୀୟ କ୍ଷେତ୍ର ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସମେତ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ ଏହି ନିୟମ ଅନୁଯାୟୀ ହେବ ଏବଂ ଏହି ନିୟମ ପେମେଣ୍ଟ ବ୍ୟାଙ୍କଗୁଡିକ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ସମସ୍ତ ପ୍ରାଥମିକ ସହରୀ ସମବାୟ ବ୍ୟାଙ୍କ, NBFC ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ, ଏକ୍ସିସ ବ୍ୟାଙ୍କ, ନାବାର୍ଡ, NHB, SIDBI ଏବଂ NaBFID ପରି ଅଲ ଇଣ୍ଡିଆ ଆର୍ଥିକ ପ୍ରତିଷ୍ଠାନ ମଧ୍ୟ ଆରବିଆଇର ଏହି ନିର୍ଦ୍ଦେଶାବଳୀ ଆରମ୍ଭ ହେବ ।

Get real time updates directly on you device, subscribe now.