fbpx

ଏବେ ବଜାରରେ ଅଖା ବିକିବେ ସରକାରୀ ଶିକ୍ଷକ: ସରକାର ନେଉଛନ୍ତି ବଡ଼ ପଦକ୍ଷେପ

ବିହାର: ଏବେ ସରକାରୀ ସ୍କୁଲର ଶିକ୍ଷକ ପାଠପଢା ଛାଡ଼ି ଅଖା ବିକିବା ଆରମ୍ଭ କରିବେ । ବଜାରକୁ ଯାଇ ବିଭିନ୍ନ ଅଖା ବ୍ରକ୍ରି କରିବା ପାଇଁ ସରକାରୀ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଏକ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ସରକାରଙ୍କ ଆଦେଶ ଅନୁସାରେ ସରକାରୀ ଶିକ୍ଷକ ଏବେ ବଜାରରେ ଅଖା ବିକ୍ରି କରିବେ ।

ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ସାମଗ୍ରୀ ବ୍ୟବହାର ପରେ ଅଖାଗୁଡ଼ିକ ଖାଲି ହୋଇଯାଏ । ତେଣୁ ଏହାକୁ ପରେ ଶିକ୍ଷକମାନେ ବଜାରରେ ବିକ୍ରି କରିବେ । ତାହାର ମୂଲ୍ୟ ମଧ୍ୟ ସରକାର ନିର୍ଦ୍ଧାରିତ କରିଛନ୍ତି । ବଜାରରେ ଏହିସବୁ ଖାଲି ବସ୍ତା ବା ଅଖା ୨୦ ଟଙ୍କାରେ ବିକ୍ରି ହେବ ବୋଲି ନିଷ୍ପତ୍ତି ନେଇଛନ୍ତି ବିହାର ସରକାର । କିନ୍ତୁ ଏହାକୁ ରାଜ୍ୟର ସରକାରୀ ଶିକ୍ଷକ ବିରୋଧ କରିଛନ୍ତି । କେବଳ ସେତିକି ନୁହେଁ ସରକାରଙ୍କ ସହିତ ବିରୋଧି ମଧ୍ୟ ଏହାକୁ ନେଇ ରାଜ୍ୟରେ ବିରୋଧ ପଦର୍ଶନ କରିଛନ୍ତି । ଏହି କାମ ପ୍ରତ୍ୟେକ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଦିଆଯାଇଛି ।

ଏହି ଅଖାକୁ ବିକିବା ପରେ ଯେଉଁ ଟଙ୍କା ମିଳିବ ତାହାକୁ ଜିଲ୍ଲାରେ ଖୋଲା ଯାଇଥିବା ବ୍ୟାଙ୍କ ଖାତାରେ ଜମା କରାଯିବ । ତେବେ ବିହାର ଶିକ୍ଷା ବିଭାଗ ଅଗଷ୍ଟ ୧୪ ତାରିଖରେ ଏହି ନିର୍ଦ୍ଦେଶ ଦେବା ସହ ସବୁ ଜିଲ୍ଲାକୁ ଚିଠି ମଧ୍ୟ ଲେଖିଛନ୍ତି । ତେବେ ଜାତି ଗଣନା କାମରେ ଲାଗିଥିବା ଶିକ୍ଷକମାନଙ୍କୁ ଏବେ ଅଖା ବିକ୍ରି କରିବାକୁ ପଡିବ । ଆଗରୁ ଏହି ଅଖାର ମୂଲ୍ୟ ୧୦ଟଙ୍କା ଥିବା ବେଳେ ଏବେ ତାହା ବଢି ୨୦ ଟଙ୍କାରେ ପହଞ୍ଚିଛି ।

ଶିକ୍ଷକମାନଙ୍କ କହିବା ଅନୁସାରେ ବଜାରରେ କୌଣସି ଲୋକ ପୁରୁଣା ଅଖାର ମୂଲ୍ୟ ୨୦ ଟଙ୍କାରେ ବିକ୍ରି କରିବେ ନାହିଁ, ସେପଟେ ଏବେ ବି ସରକାର କୌଣସି ନିର୍ଦ୍ଦିଷ୍ଟ ଦୋକାନ ମଧ୍ୟ ସ୍ଥିର କରିନାହାନ୍ତି । ଏହା ଛଡା ଶିକ୍ଷକମାନେ ଅଖା ବିକିବା ଦ୍ୱାରା ସେମାନଙ୍କ ସମ୍ମାନ ମଧ୍ୟ ହାନୀ ହେବ ବୋଲି କହି ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଶିକ୍ଷକ ଗୋଷ୍ଠୀ ଏବଂ ବିରୋଧୀ ।

Get real time updates directly on you device, subscribe now.