fbpx

(Video) ପୁଣି ଏକ ଟ୍ରେନ ଦୁର୍ଘଟଣା: ପୁଣି ଏକ ଟ୍ରେନରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଆଜି ବି ମନରୁ ଲିଭିନାହିଁ । ଏହି ଦୁର୍ଘଟଣାରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ତେବେ ଏହା ମଧ୍ୟରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ବହୁ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଆଜି ପୁଣି ଏକ ଟ୍ରେନରେ ନିଆଁ ଲାଗିଥିବା ଖବର ମିଳିଛି ।

ଖବର ମୁତାବକ, ଗ୍ୱାଲିଅରର ସିଥୌଲି ନିକଟରେ ଖଜୁରାହୋ-ଉଦୟପୁର ଇଣ୍ଟରସିଟି ଟ୍ରେନର ଇଞ୍ଜିନରେ ନିଆଁ ଲାଗିଛି । ଏହି ଖବର ଶୁଣିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ହଡ଼କମ୍ପ ମଚିଯାଇଥିଲା । ନିଆଁ ଲାଗିବା ଖବର ପାଇବା ମାତ୍ରେ ପାଇଲଟ ସକ୍ରିୟତା ଦେଖାଇବା ସହ ଟ୍ରେନକୁ ସିଥୌଲି ଷ୍ଟେସନରେ ରଖିଥିଲେ ଓ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ । ଟ୍ରେନ ରହିବା ପରେ ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ଟ୍ରେନରୁ ବାହାର କରାଯାଇଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ବର୍ତ୍ତିଯାଇଥିଲେ ।

ଟ୍ରେନରେ ନିଆଁ ଲାଗିବା ଖବର ପାଇବା ପରେ ଯାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେକରିବା ସହ ସଙ୍ଗେସଙ୍ଗେ ଦୌଡ଼ିବାରେ ଲାଗିଥିଲେ । ତେବେ କିଛି ସମୟ ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା । ନିଆଁ ଲାଗିବା ଖବର ପାଇବା ପରେ ଗ୍ୱାଲିଅରରୁ ଅଗ୍ନିଶମ ବାହିନୀର ୩ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଦମକଳ କର୍ମଚାରୀମାନେ ଟ୍ରେନ ଇଞ୍ଜିନର ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ । ତେବେ ଏହି ଘଟଣା ପାଇଁ ଉକ୍ତ ରୁଟରେ ଯାତ୍ରା କରିବାକୁ ଥିବା ଟ୍ରେନର ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । କିଛି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଥିବା ରେଲୱେ ମ୍ୟାନେଜର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.