fbpx

ବାପାଙ୍କ ଜନ୍ମ ଦିନ ପାଳିବା ପାଇଁ ବାଇକ ଚଢ଼ି ପାଙ୍ଗୋଙ୍ଗ ହ୍ରଦକୁ ଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଲଦାଖ ଗସ୍ତ କରିଛନ୍ତି । ତେବେ ରାହୁଲ ଗାନ୍ଧୀ ବାଇକ ଚଢି ଯାଉଥିବାର ଫଟୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାହୁଲ ଗାନ୍ଧୀ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି ‘ପାଙ୍ଗୋଙ୍ଗ ହ୍ରଦ ଯିବାର ରାସ୍ତା, ମୋ ବାପା କହୁଥିଲେ ଏହା ବିଶ୍ୱର ସବୁଠାରୁ ଏକ ଭଲ ସ୍ଥାନ ମଧ୍ୟରୁ ଗୋଟିଏ ।’ ଏହା ଛଡା ‘ଇଷ୍ଟାଗ୍ରାମ’ ଆକାଉଣ୍ଟରେ ମଧ୍ୟ ଏହି ଫଟୋ ଏବଂ ଭିଡିଓ ସେୟାର ହୋଇଛି । ରାହୁଲ ଗାନ୍ଧୀ କେଟିଏମ ୩୯୦ ଡୁକ୍ ବାଇକ ଚଲାଇଥିଲେ । ଏହା ଦ୍ୱାରା ରାହୁଲ ଗାନ୍ଧି ଅଲଗା ଅନ୍ଦାଜରେ ନଜରକୁ ଆସିଥିଲେ ।

ସୂଚନା ଅନୁସାରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ୨୦ ତାରିଖରେ ରହୁଲ ଗାନ୍ଧୀ ତାଙ୍କ ପିତାଙ୍କ ଜନ୍ମଦିନ ଅବସରରେ ପୂଜାର୍ଚ୍ଚନା କରିବେ । ଏହା ଛଡା ରାହୁଲ ଲଦାଖର ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହିତ ୪୦ ମିନିଟ ଆଲୋଚନା କରିଥିଲେ । ଏହା ପରେ ରାହୁଲ ସେଠାରେ ଆୟୋଜିତ ହୋଇଥିବା ଫୁଟବଲ ମ୍ୟାଚ ମଧ୍ୟ ଦେଖୁଥିଲେ ।

Get real time updates directly on you device, subscribe now.