fbpx

ପାକିସ୍ତାନର ପୂର୍ବ ମାନବଧିକାର ମନ୍ତ୍ରୀଙ୍କ ଝିଅ ଗିରଫ : ପୋଷାକ ପରିବର୍ତ୍ତନ ପାଇଁ ସମୟ ଦେଲା ନାହିଁ ପୋଲିସ

ନୂଆଦିଲ୍ଲୀ : ରବିବାର ସକାଳେ ପାକିସ୍ତାନର ମାନବଧିକାର ମନ୍ତ୍ରୀ ଶିରେନ ମଜାରୀଙ୍କ ଝିଅ ଇମାନ ମଜାରୀଙ୍କୁ ତାଙ୍କ ବାସ ଭବନରୁ ଗିରଫ କରାଯାଇଥିଲା । ତରେଲୁ ଥାନାର ଜେଣ ଅଧିକାରୀ କହିଥିଲେ ଯୁବ ଓକିଲ ଏବଂ କାର୍ଯ୍ୟକର୍ତ୍ତା ଇମାନ ମଜାରୀଙ୍କ ଉପରେ ସରକାରୀ ମାମଲା ଉପରେ ଦାଖଲ ଦେଇଥିବାରୁ ତାଙ୍କ ଉପରେ ଆରୋପ ଲଗାଯାଇଛି । ତାଙ୍କ ମା ପୋଲିସ ଉପରେ ଅପହରଣ କେସ୍ କରିଛନ୍ତି । କାରଣ ସେଦିନ ସକାଳେ ପୋଲିସ ତାଙ୍କର ମୁଖ୍ୟ ଦ୍ୱାର ଭାଙ୍ଗି ତାଙ୍କ ଝିଅକୁ ସାଙ୍ଗରେ ନେଇ ଯାଇଥିଲା । ଏହା ସହିତ ସେ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି ପୋଲିସ ତାଙ୍କ ଝିଅକୁ ନେବା ସହିତ ତାଙ୍କ କ୍ୟାମେରା ଏବଂ ଲ୍ୟାପଟପ ମଧ୍ୟ ନେଇ ଛନ୍ତି । ଏହା ସହିତ ଶିରେନ ଆରୋପ ଲଗାଇଛନ୍ତି ତାଙ୍କ ଝିଅ ନାଇଟ ସୁଟରେ ଥିଲା ସେହି ଅବସ୍ଥାରେ ପୋଲିସ ତାଙ୍କୁ ଉଠାଇ ନେଇ ଯାଇଥିଲେ । ମୋ ଝିଅ ଡ୍ରେସ ବଦଳାଇବାକୁ କହୁଥିଲା କିନ୍ତୁ ସେମାନେ ମାନି ନଥିଲେ ।

ପୂର୍ବ ମନ୍ତ୍ରୀ କହିଛନ୍ତି ମୁଁ ସେମାନଙ୍କୁ ପଚାରିଥିଲେ କ’ଣ ପାଇଁ ଏଠାକୁ ଆସିଛନ୍ତି କିନ୍ତୁ ସେମାନେ କିଛି ନକହି ମୋଝିଅକୁ ଟାଣି ନେଇଯାଇଥିଲେ । ଏହା ସହିତ ଆମ ଘରର ପ୍ରତ୍ୟେକ କୋଣର ତଲାସି ମଧ୍ୟ ନେଇଥିଲେ । ଏହା ଛଡା ମୋ ଝିଅକୁ ଏପରି ଭାବେ ନେବା ଠିକ ନୁହେଁ କାରଣ ଘରେ ଦୁଇଜଣ ମହିଳା ଥିବା ବେଳେ ଏଭଳି ବ୍ୟବହାରକୁ ଅପବ୍ୟବହାର କୁହାଯିବ । ଶିରେନଙ୍କ ମେ ମାସରେ ହୋଇଥିବା ଦଙ୍ଗା ପରେ ତାଙ୍କୁ ପୋଲିସ କାବୁ କରିଥିଲା ଏହା ପରେ ସେ ପାକିସ୍ତାନ ତହରିକ-ଏ-ଇନସାଫ ପାର୍ଟିରୁ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.