fbpx

(Video) ବାବା ବେଶର ଆସି ଦେଉଥିଲେ ବିଭୂତି, ଆଉ ଦେଖୁଥିଲେ ସୁନ୍ଦରୀ ଝିଅଙ୍କ…

ସୁନ୍ଦରଗଡ: ଏବେ ପ୍ରାୟ ସମସ୍ତ ଅଞ୍ଚଳରେ ଆପଣ କେଉଁଠି ନା କେଉଁଠି ଜଣେ ଜଣେ ସାଧୁ ବାବା ବୁଲୁଥିବାର ଦେଖିବାକୁ ପାଇବେ । ତେବେ ସେମାନେ ସତରେ ଅସଲି ସାଧୁ ବାବା କିମ୍ବା ନକଲି ବାବା ତାହାର କୌଣସି ପ୍ରମାଣ ନାହିଁ । କିଛି ଅସାଧୁ ଲୋକ ସାଧୁ ଭାବେ ପରିଚୟ କରି ଏହାକୁ ବ୍ୟବସାୟର ଏକ ମାଧ୍ୟମ କରିସାରିଛନ୍ତି । ଆପଣଙ୍କ ସରଳତାର ଫାଇଦା ଉଠାଇ ଆପଣଙ୍କ ଠାରୁ ଟଙ୍କା ଆଦାୟ କରିବା ଉଦେଶ୍ୟରେ ରହୁଛନ୍ତି । ଟଙ୍କା କଥା ତ ଛାଡ଼ନ୍ତୁ ଏମାନଙ୍କ ଦ୍ୱାରା ଆପଣଙ୍କ ଜୀବନ ବି କେଉଁ ମୁହୂର୍ତ୍ତରେ ଚାଲିଯାଇପାରେ । ବାବା ବେଶରେ ଆସି ଚୋରି, ଡକାୟତି, ପିଲା ଚୋରି, ହତ୍ୟା ଭଳି ଅନେକ କାଣ୍ଡ ଏହି ନକଲି ବାବାମାନେ ଘଟାଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହାରି ଭିତରେ ଆଉ ଜଣେ ନକଲି ବାବାଙ୍କ କାରନାମା ଲୋକଲୋଚନକୁ ଆସିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲା ଟାଉନ ଥାନା ସ୍ଥିତ ମହେସଡିହି ଅଞ୍ଚଳରେ ଜଣେ ଯୁବକ ବାବା ବେଶରେ ବୁଲୁଥିଲେ । କାନ୍ଧରେ ବ୍ୟାଗ ଓ ହାତରେ ଢାଳ, ବିଭୁତି ପାଉଡର ଧରି ବୁଲୁଥିଲେ । କିଛି ଲୋକ ଉକ୍ତ ବାବାଙ୍କୁ ଚୋର ବୋଲି ସନ୍ଦେହ କରି ପ୍ରଥମେ ପରିଚୟ ପତ୍ର (ଆଧାରକାର୍ଡ) ମାଗିଥିଲେ ଓ ଗାୟତ୍ରୀ ମନ୍ତ୍ର କହିବାକୁ କହିଥିଲେ । ପରିଚୟ ଦେଇ ନପାରିବା ସହ ଗାୟତ୍ରୀ ମନ୍ତ୍ର ବି ସେ କହିପାରିନଥିଲେ । ଯାହାକୁ ନେଇ ଲୋକମାନେ ତାଙ୍କୁ ଚୋର ସନ୍ଦେହରେ ନିସ୍ତୁକ ଭାବରେ ମାଡ ମାରିଥିଲେ । ଏହି ସମୟରେ ଉକ୍ତ ଯୁବକଙ୍କୁ ପୁଣି କିଛି ବ୍ୟକ୍ତି ମାଡ ମାରିବା ସହିତ ଗାଳି ଗୁଲଜ କରୁଥିବା ଭିଡିଓ ସାମ୍ନାକୁ ଆସିଛି । ମାଡ଼ ମାରିବା ବେଳେ ଭୟରେ ବାବା ଜଣକ ହାତ ଯୋଡି ପକାଉଥିଲେ । ଆଉ ଏହି ଭିଡିଓଟି ଏବେ ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯୁବକ ଜଣଙ୍କ ବାବା ବେଶର ଆସି ବିଭୂତି ଦେବା ସହ ସୁନ୍ଦରୀ ଝିଅଙ୍କ ଭବିଷ୍ୟତ ବା ହାତ ଦେଖୁଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏଠାରେ କହି ରଖୁଛୁ ଯେ, ବର୍ତମାନ ବିଶ୍ୱାସ ଭିତରେ ଅନ୍ଧ ବିଶ୍ୱାସ ଏତେ ମାତ୍ରରେ ବୃଦ୍ଧି ପାଇଛି ଯେ ଯାହାର ଫାଇଦା ଏଭଳି କିଛି ଭଣ୍ଡ ବାବା ଉଠାଉଛନ୍ତି । ସବୁ ଜାଣି ଶୁଣି ଯଦି ସଚେତନ ନ ରୁହନ୍ତି ତେବେ ଅନେକ ସମସ୍ୟା ଭୋଗିବାକୁ ପଡିବ ।

Get real time updates directly on you device, subscribe now.