fbpx

ମୋ’ ବସ୍‍ଷ୍ଟାଣ୍ଡ ଯୋଜନାରେ ନିର୍ମାଣ ହେବ ୨୬ଟି ଜିଲ୍ଲାରେ ୧୨୪ଟି ବସ୍‍ଷ୍ଟାଣ୍ଡ

ଭୁବନେଶ୍ୱର: ମୋ’ ବସ୍‍ଷ୍ଟାଣ୍ଡ ଯୋଜନାରେ ରାଜ୍ୟର ୨୬ଟି ଜିଲ୍ଲାରେ ୧୨୪ଟି ବସ୍‍ଷ୍ଟାଣ୍ଡ ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବସ୍‍ଷ୍ଟାଣ୍ଡଗୁଡ଼ିକର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ରାଜ୍ୟର ୧୩ଟି ଜିଲ୍ଲାରେ ନୂତନଭାବେ ତିଆରି ହୋଇଥିବା ୨୧ଟି ବସ୍‍ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିବେ । ସେହିଭଳି ମୁଖ୍ୟମନ୍ତ୍ରୀ ମୋ ପରିବହନ ସେବା ଓ ଏମ୍‍- ପରିବହନ ସେବାର ଶୁଭାରମ୍ଭ ଏବଂ ଶୁଭାହକ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍‍ଘାଟନ ଓ ଲୋକାର୍ପଣ କରିବେ ।

ମୋ ପରିବହନ ସେବାରେ ନକଲ ଯାନ ପଞ୍ଜୀକରଣ ପତ୍ରର ପ୍ରଦାନ, ବିନା ଆପତ୍ତି ପ୍ରମାଣପତ୍ର, ଯାନ ମାଲିକାନାର ସ୍ଥାନାନ୍ତରଣ, ଶିକ୍ଷାର୍ଥୀଙ୍କ ଲାଇସେନ୍ସ ପ୍ରଦାନ, ନକଲ ଯାନ ଚାଳନା ପ୍ରମାଣପତ୍ର, ଯାନଚାଳନା ପ୍ରମାଣପତ୍ରର ପୁନଃ ନବୀକରଣ, ଯାନଚାଳନା ପ୍ରମାଣପତ୍ରରେ ଠିକଣା ପରିବର୍ତ୍ତନ ସମ୍ବନ୍ଧୀୟ ସେବା ବିଷୟରେ ସୂଚନା ମିଳିପାରିବ । ସେହିପରି ଶୁଭାହକ ପ୍ରଶିକ୍ଷଣ ଯୋଜନାରେ ୮ ହଜାର ୪୦୦ ନୂତନ ଏଚ୍‍.ଏମ୍‍.ଭି. ଡ୍ରାଇଭରଙ୍କ ଟ୍ରେନିଂ ଏବଂ ୫୦ ହଜାର ଏଚ୍‍.ଏମ୍‍.ଭି. ଡ୍ରାଇଭରଙ୍କ ରିଫ୍ରେସର ଟ୍ରେନିଂ ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.