fbpx

ନିଅଣ୍ଟିଆ ମୌସୁମୀ ବର୍ଷା ଏବଂ ଖାଦ୍ୟ ପଦାର୍ଥ ଦରଦାମ୍ ବଢାଇଲା ଆରବିଆଇର ଚିନ୍ତା, ତୀକ୍ଷ୍ଣ ନଜର ରଖିବାକୁ କାହିଲା ଏମପିସି କମିଟି

ନୂଆଦିଲ୍ଲୀ: ଜୁଲାଇ ମାସରେ ଖୁଚୁରା ମହଙ୍ଗା ଦର ୧୫ ମାସ ଉଚ୍ଚ ସ୍ତରରେ ଥିବା ବେଳେ ଖାଦ୍ୟ ପଦାର୍ଥର ମହଙ୍ଗା ହାର ୨୦୨୦ ପରେ ସବୁଠୁ ଉଚ୍ଚ ୧୧.୫୧% ସ୍ତରରେ ରହିଛି । ଜୁଲାଇ ପରେ ଅଗଷ୍ଟ ମାସରେ ପନିପରିବାର ଦରଦାମ୍ ବୃଦ୍ଧି ଆରବିଆଇ ଚିନ୍ତା ବଢାଇ ଦେଇଛି । ଆରବିଆଇ ଗଭର୍ଣ୍ଣରଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟି ଏଲ୍ ନିନୋ ଏବଂ ନିଅଣ୍ଟିଆ ମୌସୁମି ବୃଷ୍ଟିପାତ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି । ୮ ରୁ ୧୦ ଅଗଷ୍ଟ ୨୦୨୩ ରେ ଅନୁଷ୍ଠିତ ଆରବିଆଇ ଏମ୍‌ପିସିର ବୈଠକର ସମୟ ଜାରି କରାଯାଇଛି ଏବଂ ଏଥିରୁ ଏହିକଥା ବାହାରିବା ଆସିିଛି ।

ଆରବିଆଇର ଏମପିସି ବୈଠକରେ କମିଟିର ସମସ୍ତ ସଦସ୍ୟ ୬.୫୦ ପ୍ରତିଶତ ରେପୋ ହାରରେ କୌଣସି ପରିବର୍ତ୍ତନ ନକରିବାକୁ ସମ୍ମତି ଜଣାଇଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ବିଶ୍ୱ ଚାପର ଆଶଙ୍କା ରହିବା ସହିତ ଅସମାନ ପାଗ ମଧ୍ୟ କୃଷିଜାତ ଦ୍ରବ୍ୟ ଉପରେ ପ୍ରଭାବ ପକାଇପାରେ । ସେ କହିଛନ୍ତି ଯେ ଆନ୍ତର୍ଜାତୀୟ ବଜାରରେ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଯୋଗାଣରେ ବ୍ୟାଘାତ ହେତୁ ଶକ୍ତି ମୂଲ୍ୟରେ ବୃଦ୍ଧି ହେବାର ଆଶଙ୍କା ରହିଛି ଯାହା ଘରୋଇ ମୂଲ୍ୟର ସ୍ଥିରତାକୁ ଚ୍ୟାଲେଞ୍ଜ କରିପାରେ ।

ଏମପିସି ସଦସ୍ୟ ଆଶିମା ଗୋୟଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଜୁଲାଇରେ ମୌସୁମୀ ଗତି ବଢିଛି, କିନ୍ତୁ ନିଅଣ୍ଟିଆ କିମ୍ବା ପ୍ରବଳ ମୌସୁମି ବର୍ଷା ହେତୁ ପନିପରିବା ମୂଲ୍ୟ ବଢି ଚାଲିଛି । ଜୁନ୍ ମାସରେ ହେଡଲାଇନ୍ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିବାବେଳେ ମୂଳ ମୁଦ୍ରାସ୍ଫୀତି କମ୍ ରହିଛି । ଖାଦ୍ୟ ସାମଗ୍ରୀର ମୂଲ୍ୟରେ ପରିବର୍ତ୍ତନ ଏବଂ ମୂଳ ମୁଦ୍ରାସ୍ଫୀତି ଉପରେ ତୀକ୍ଷ୍ଣ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସେହିଭଳି ଅନ୍ୟ ଜଣେ ଏମପିସି ସଦସ୍ୟ ଜୟନ୍ତ ବର୍ମା କହିଛନ୍ତି ଯେ ମୁଦ୍ରାସ୍ଫୀତି ଉପରେ ବିଜୟ ଘୋଷଣାକୁ ନେଇ ମୁଁ ସତର୍କ କରାଇଥିଲି । ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ମୁଦ୍ରାସ୍ଫୀତି ଆସନ୍ତା କିଛି ମାସ ପାଇଁ ସହନଶୀଳତା ସିମା ଉପରେ ରହିବ ।

Get real time updates directly on you device, subscribe now.