fbpx

ଖୁସି ଖବର; ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରକୁ ବର୍ତମାନ ଅଧିକ ଗୁରୁତ୍ୱ ଦେଉଛନ୍ତି ଓଡିଶା ସରକାର । ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଏହି ୧୫ଟି ପଦବୀ ଭିତରେ ଗୋଟିଏ ଷ୍ଟେସନ ଅଫିସର, ଦୁଇଟି ଖରବୟସଦ୍ଭଶ ୠସକ୍ସରଜ୍ଞବଦ୍ଭ, ଗୋଟିଏ ଡ୍ରାଇଭର-ହାବିଲଦାର, ଗୋଟିଏ ଫାୟାରମ୍ୟାନ ଡ୍ରାଇଭର ଏବଂ ୧୦ଟି ଫାୟାରମ୍ୟାନ ପଦବୀ ରହିଛି । ଖୁବଶୀଘ୍ର ଏହି ପଦବୀ ଗୁଡିକ ପୂରଣ ହୋଇ ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର କାର୍ୟ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗତ ଜୁଲାଇ ମାସରେ ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ ଅନୁମୋଦନ ଦେଇଥିଲେ । ଏହା ସହିତ ଆଜି ଏହି ନୂତନ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ପଦବୀ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଥାଉକି, ଗତ ଅଗଷ୍ଟ ୧୯ ତାରିଖରେ ୪୧୨ ଜଣଙ୍କୁ ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ(ଓପିଟିସିଏଲ)ରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୧୬୧ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ୧୯୭ ଜଣ ଇଲେକ୍ଟ୍ରିକାଲ ଟେକ୍ନିସିଆଲ ଏବଂ ୫୪ ଜଣ କାର୍ୟ୍ୟାଳୟ ସହାୟକ ଭାବେ ନିଯୁକ୍ତି ପାଇଛନ୍ତି ।

Get real time updates directly on you device, subscribe now.