fbpx

୧୨୦ ଇନଫ୍ୟାଣ୍ଟ୍ରି ବାଟାଲିୟନର ୭୪ତମ ସ୍ଥାପନା ଦିବସ ପାଳିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୪୯ ମସିହା ଅଗଷ୍ଟ ୨୨ ତାରିଖରେ କଟକରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜେଏମ ଶାହାଣିଙ୍କ ଦ୍ୱାରା ୧୨୦ ଇନଫ୍ୟାଣ୍ଟ୍ରି ବାଟାଲିୟନ (ଟେରିଟୋରିଆଲ ଆର୍ମି) ବିହାର ସ୍ଥାପନା କରାଯାଇଥିଲା । ପରେ ୧୯୬୪ ମସିହାରେ ଉକ୍ତ ବାଟାଲିୟନର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା ।
ସ୍ଥାପନା ହେବା ପରଠାରୁ ଯେତେବେଳେ ବି ଓଡ଼ିଶାର ପ୍ରକୃତିକ ବିପର୍ଯ୍ୟୟ / ତୋଫାନ ଆସିଛି ଏହି ବାଟାଲିୟନ ବିଭିନ୍ନ ଯୁଦ୍ଧ, ଅଭିଯାନ ଓ ଜନସାଧାରଣଙ୍କ ସହାୟତା କାର୍ଯ୍ୟରେ ଅଂଶଗ୍ରହଣ କରିଛି । ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ଏହି ଯାତ୍ରାର ସ୍ମୃତିଚାରଣ ପାଇଁ କମାଣ୍ଡିଂ ଅଫିସରଙ୍କ ଷ୍ଟିୱାର୍ଡଶିପ ଓ ନେତୃତ୍ୱରେ ୧୨୦ ଇନଫ୍ୟାଣ୍ଟ୍ରି ବାଟାଲିୟନ (ଟେରିଟୋରିଆଲ ଆର୍ମି) ବିହାର ତା’ର ୭୪ତମ ସ୍ଥାପନା ଦିବସରେ ‘କଳିଙ୍ଗ ଟେରିଅର୍ସ’ ଧୁମଧାମରେ ଉତ୍ସବ ପାଳନ କରିଥିଲା ।

ଏହି କାର୍ଯ୍ୟକ୍ରମରେ ୨୦୦୧ ମସିହା ମାର୍ଚ୍ଚ ୧ରେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ସହିଦ ହୋଇଥିବା ସ୍ୱର୍ଗତ ଜୟ ପ୍ରକାଶ ଜାନୁଙ୍କର ପତ୍ନୀ ପୁଷ୍ପା ଜାନୁ, ବିଗେଡିୟର ଅମିର ସିଂହ, ବିଶିଷ୍ଟ ସେବା ମେଡାଲ ଓ କର୍ଣ୍ଣେଲ ଦେବଦତ୍ତ ସ୍ୱାଇଁ, ବାଟାଲିୟନର ବହୁ ପୂର୍ବତନ କମାଣ୍ଡିଂ ଅଫିସର ଓ ଭେଟେରାନମାନେ ସାମିଲ ହୋଇଥିଲେ । ସମସ୍ତ ‘କଳିଙ୍ଗ ଟେରିଅର୍ସ’ ଭ୍ରାତୃତ୍ୱର ସହ ଏହି ଉତ୍ସବକୁ ପାଳନ କରିଥିଲେ ଓ ଏହି ବାଟାଲିୟନର ଭବିଷ୍ୟତର ସମ୍ମାନ ଓ ଉନ୍ନତି ପାଇଁ କାମନା କରିଥିଲେ ।

Get real time updates directly on you device, subscribe now.