fbpx

ଚଳିତ ଆର୍ଥିକ ବର୍ଷରୁ ଆୟକର ବିଭାଗ ଲାଗୁ କରିବ ନୂଆ ନିୟମ: ଏଣିକି ମାତ୍ର ୧୦ ଦିନରେ ଆସିବ ଇନକମ ଟ୍ୟାକ୍ସ ରିଫଣ୍ଡ

ନୂଆଦିଲ୍ଲୀ: ଦେଶରେ ଅଧିକାଂଶ ଲୋକ କିପରି ଅଧିକ ମାତ୍ରାରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ଚଳିତ ବର୍ଷ ଏହାର ଫଳାଫଳ ମଧ୍ୟ ଦେଖିବାକୁ ମିଳିଛି । ଏଥର ୬.୭୭ କୋଟିରୁ ଅଧିକ ଲୋକ ଇନକମ ଟ୍ୟାକ୍ସ ଟିଟର୍ଣ୍ଣ ଫାଇଲ କରିଥିବା ସରକାରୀ ତଥ୍ୟରୁ ଜଣାପଡ଼ଛି । ତେବେ ଏପରି ଅନେକ ଲୋକ ନିଜର ରିଫଣ୍ଡକୁ ଅପେକ୍ଷା କରି ରହିଛନ୍ତି ।

ତେବେ ଯଦି ବର୍ତ୍ତମାନ ସୁଦ୍ଧା ଆପଣଙ୍କର ରିଫଣ୍ଡ ଅର୍ଥ ଆସିନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । ସରକାର ଏନେଇ ଏକ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରୁଛନ୍ତି । ଏହା ମାଧ୍ୟମରେ ଆପଣମାନେ ୧୦ ଦିନ ମଧ୍ୟରେ ଆପଣଙ୍କର ରିଫଣ୍ଡ ପାଇ ପାରିବେ । ବର୍ତ୍ତମାନ ସମୟରେ ରିଫଣ୍ଡ ଅର୍ଥ ଆସିବା ନେଇ କୌଣସି ନିୟମ ନାହିଁ । ଏହି କାରଣରୁ ଆୟକର ବିଭାଗ ୧୬ ଦିନକୁ ହ୍ରାସ କରି ୧୦ ଦିନ କରିବାକୁ ଯୋଜନା କରୁଛି ।

ତେବେ ଏହି ନୂଆ ବ୍ୟବସ୍ଥା ଉପରେ ଆୟକର ବିଭାଗ ଦ୍ରୁତ ଭାବେ କାର୍ଯ୍ୟ ଆରମ୍ଭ କରିଦେଇଛି । ଚଳିତ ଆର୍ଥକ ବର୍ଷରେ ଏହାକୁ ଲାଗୁ କରାଯିବ ବୋଲି କୁହାଯାଉଛି । ଟ୍ୟାକ୍ସ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ କରିବାକୁ କାମ ଜାରି ରହିଛି । ଟ୍ୟାକ୍ସ ରିଟର୍ଣ୍ଣ ଭରିବା ଠାରୁ ଆରମ୍ଭ କରି ଭେରିଫିକେସନ ଓ ଆସେସମେଣ୍ଟ କରିବା ଏବେ ଇଲେକ୍ଟ୍ରୋନିକ ପ୍ରଣାଳୀରେ କରାଯାଉଛି । ତେଣୁ ଏହି ପ୍ରକ୍ରିୟାରେ ୨୬ ବଦଳରେ ଏବେ ୧୬-୧୭ ଦିନ ସମୟ ଲାଗୁଛି । ୨୦୨୧-୨୨ରେ ଆୟକର ଟ୍ୟାକ୍ସ ରିଫଣ୍ଡ ଆସିବାକୁ ୨୬ ଦିନ ଲାଗୁଥିବା ବେଳେ ତାହାକୁ ହ୍ରାସ କରି ବିଭାଗ ୧୬ ଦିନ କରିଥିଲା । ଏବେ ଉକ୍ତ ସୀମାକୁ ୧୦ ଦିନ କରିବାକୁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.