fbpx

୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ମନା: ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି କ୍ଲାସରେ ଆପଣଙ୍କର ଉପସ୍ଥାନ କମ୍ ରହୁଛି ତେବେ ସାବଧାନ ହୋଇଯାଆନ୍ତୁ । କମ୍ ଉପସ୍ଥାନ ଥିଲେ ଆପଣ ପରୀକ୍ଷା ଦେବାରୁ ବଞ୍ଚିତ ହୋଇ ପାରନ୍ତି । ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ୭୫ ପ୍ରତିଶତରୁ କମ୍ ରହିଥିବ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ । ଏନେଇ ରାଜଭବନ ପକ୍ଷରୁ ସମସ୍ତ କୁଳପତିଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନା ମୁତାବକ, ବିହାରର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିକଟକୁ ରାଜଭବନ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ୭୫ ପ୍ରତିଶତରୁ କମ୍ ରହିଥିବ ସେମାନଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ନ ଦେବାକୁ ସେଥିରେ କୁହାଯାଇଛି । ତେବେ ଏପରି ସ୍ଥିତିରେ କମ୍ ଉପସ୍ଥାନ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନେ ପରୀକ୍ଷାରୁ ବଞ୍ଚିତ ହୋଇ ପାରନ୍ତି ।

ରାଜ୍ୟପାଳଙ୍କ ମୁଖ୍ୟ ସଚିବ ସମସ୍ତ କୁଳପତିଙ୍କ ନିକଟକୁ ଲେଖିଥିବା ପତ୍ରରେ କହିଛନ୍ତି, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀଙ୍କର ଶ୍ରେଣୀରେ ୭୫ ପ୍ରତିଶତରୁ କମ୍ ଉପସ୍ଥାନ ରହିଥିଲେ ବି ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉଛି । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଏପରି ଅନେକ ଥର ଦେଖିବାକୁ ମିଳୁଛି । ତେଣୁ ଯେଉଁ ଛାତ୍ରଛାତ୍ରୀଙ୍କର କ୍ଲାସରେ ୭୫ ପ୍ରତିଶତ ଉପସ୍ଥାନ ନଥିବ ସେମାନେ ଉପଯୁକ୍ତ କାରଣ ପ୍ରଦାନ ନକରିବା ପର୍ଯ୍ୟନ୍ତ ସେମାନଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ନାହିଁ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜଭବନ ଯାଇ ରାଜ୍ୟପାଳଙ୍କ ସହ ଶିକ୍ଷା ଓ ବିଶ୍ୱବିଦ୍ୟାଳୟ ସମ୍ବନ୍ଧିତ ବିଷୟରେ ୨୦ ମିନିଟ ଧରି ଆଲୋଚନା କରିଥିଲେ ।

Get real time updates directly on you device, subscribe now.