fbpx

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ସୂଚନା ଦେଲା ବିଜ୍ଞାନ କେନ୍ଦ୍ର

ତେଲେଙ୍ଗାନା: ଭାରତର ତେଲେଙ୍ଗାନା ରାଜ୍ୟରେ ଆଜି ସକାଳୁ ସକାଳୁ ଜୋରଦାର ଭୂକମ୍ପର ଝଟକା ଅନୁଭୁତ ହୋଇଛି । ତେଲେଙ୍ଗାନାର ବାରଙ୍ଗଲ ଅଞ୍ଚଳରେ ଏହି ବଡ଼ ଧରଣ ଭୂକମ୍ପରେ ସାରା ଅଞ୍ଚଳ ଥରି ଉଠିଛି । ଏହି ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଛି । ତେବେ ଆଜି ସକାଳ ପ୍ରାୟ ୪.୪୩ ରେ ଏହି ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏ ନେଇ ସୂଚନା ଭୂକମ୍ପ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକସ(ଟ୍ୱିଟର)ରେ ଏକ ନ୍ୟୁଜ ଏଜେନ୍ସି ଟ୍ୱିଟ କରି ଏହାର ସୂଚନା ଦେଇଛି। ୩.୬ ରିକ୍ଟର ତୀବ୍ରତାର ଏହି ଭୂକମ୍ପ ସେଠାକାର ସମସ୍ତ ଲୋକଙ୍କ ମନରେ ଭୟ ଖେଳାଇ ଦେଇଛି । ତେବେ ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇ ନଥିବା ଜାଣିବାକୁ ମିଳିଛି । ତେବେ ଏଭଳି ଭୂକମ୍ପରୁ ନିଜକୁ ରକ୍ଷା କରିବାର ଉପାୟ ଦେଇଛି ଭୂକମ୍ପ ବିଭାଗ:

ଭୂମିକମ୍ପ ହେବା ସମୟରେ ଆଣ ଯଥାସମ୍ଭବ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ । ଯଦି ଆପଣ ଭୂମିକମ୍ପ ସମୟରେ ଘରେ ଅଛନ୍ତି ତେବେ ଆପଣ ଖଟ ତଳେ ଏବଂ ଟେବୁଲ ତଳନିଜକୁ ଭୂକମ୍ପ ଦାଉରୁ ରକ୍ଷା କରିପାରିବେ । ଏହାପରେ ଆପଣ ସେହି ଜିନିଷକୁ ମଜବୁତ ଭାବରେ ଧରି ରଖନ୍ତୁ । ଯଦି ଆପଣଙ୍କ ଘରେ ଏପରି କିଛି ମଜବୁତ ଜିନିଷ ନାହିଁ ତେବେ ଆପଣ ଗୋଟିଏ କୋଣକୁ ଯାଇ ସେଠାରେ ମୁଣ୍ଡ ଉପରେ ହାତ ରଖି ଠିଆ ହୋଇ ରୁହନ୍ତୁ । ଏହାଦ୍ୱାରା ଭୂକମ୍ପର ଝଟକା ବିଶେଷ ଭାବରେ ଅନୁଭୂତ ହୋଇପାରିବ ନାହିଁ । କିନ୍ତୁ ଝଟକାରେ କାଚ ଲାଗିଥିଲେ, ଏହା ପାଖରୁ ଦୂରେଇ ରୁହନ୍ତୁ । କାରଣ ଭୂକମ୍ପର ଝଟକାରେ କାଚ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହା ଆପଣଙ୍କର କ୍ଷତି କରିପାରେ ।

ଭୂକମ୍ପ ସମୟରେ ଯଦି ଆପଣ ବାହାରେ ଅଛନ୍ତି ତେବେ କୌଣସି ଏକ ସୁରକ୍ଷିତ ସ୍ଥାନ ଦେଖି ସେଠାରେ ରହି ଯାଆନ୍ତୁ । କିନ୍ତୁ ମନେ ରଖନ୍ତୁ, ଏହି ସମୟରେ କୌଣସି କୋଠା ଘର, ଗଛ ବା ବୁଜୁଳି ଖୁଣ୍ଟ ତଳେ କିମ୍ବା ପାଖରେ ଠିଆ ହୁଅନ୍ତୁ ନାହିଁ । କିନ୍ତୁ ଯଦି ଆପଣ ଖାଲିସ୍ଥାନରେ ଥିବା ବେଳେ ଭୂକମ୍ପର ଝଟକା ଅନୁୂତ ହୁଏ, ତେବେ ଭୂକମ୍ପ ସରିବା ପର୍ଯ୍ୟନ୍ତ ସେଠାରେ ରୁହନ୍ତୁ । କାରଣ ଭୂକମ୍ପର ଝଟକାରେ ବଡ଼ ବଡ଼ କୋଠା, ଗଛ ଏବଂ ଖୁଣ୍ଣ ଇତ୍ୟାଦି ଭାଙ୍ଗି ମୁଶୁଡ଼ି ପଡ଼ିଥାଏ ।

Get real time updates directly on you device, subscribe now.