fbpx

ଫଟୋଫ୍ରେମ ପଛରେ ଲୁଚି ରହିଥିଲା ଭୟଙ୍କର ଜୀବ, ଭିଡିଓ ଦେଖିଲେ ଆପଣଙ୍କ ହୃଦସ୍ପନ୍ଦନ ବି ବନ୍ଦ ହୋଇଯିବା ପରି ଲାଗିବ

ନୂଆଦିଲ୍ଲୀ: ବହୁ ଲୋକ ଘରର କାନ୍ଥରେ ସୁନ୍ଦର ସୁନ୍ଦର ଦୃଶ୍ୟ ଥିବା ଫଟୋ ଫ୍ରେମ୍ ଲଗାଇଥାନ୍ତି । ଏହି ଫଟୋଫ୍ରେମ୍ କାରଣରୁ ଘରର ସୁନ୍ଦରତା ଦ୍ୱିଗୁଣିତ ହୋଇଥାଏ । ଏଥିରେ କୌଣସି ସନ୍ଦେହ ନାହିଁ କି ଏହା ଘରର ଅତିଥିଙ୍କୁ ଆମନ୍ତ୍ରଣ କରିଥାଏ ଓ ଘରେ ସକରାତ୍ମକ ଶକ୍ତିର ସଞ୍ଚାର କରିଥାଏ । କିନ୍ତୁ ଏହି ଫଟୋଫ୍ରେମ୍ ପଛରେ ଯଦି କୌଣସି ଭୟଙ୍କର ଜୀବ ଆସି ଲୁଚି କରି ରହିଯାଇଥିବ ତେବେ ଆପଣଙ୍କ ଅବସ୍ଥା କ’ଣ ହେବ କହିଲେ । ଏପରି ଏକ ଘଟଣା ଅଷ୍ଟ୍ରେଲିଆରେ ନଜର ଆସିଛି, ଯେଉଁଠାରେ ଫଟୋଫ୍ରେମ ତଳେ ଏକ ବଡ ଅଜଗର ଲୁଚି ରହିଥିଲା ।

ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହେଉଥିବା ଏହି ଖବରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଅଷ୍ଟ୍ରେଲିଆରେ ଜଣେ ଘର ମାଲିକଙ୍କ ସହ କିଛି ଭୟାନକ ଘଟଣା ଘଟିଯାଇଛି । ଘରର କାନ୍ଥରେ ଟଙ୍ଗା ଯାଇଥିବା ଏକ ବଡ ଫଟୋ ଫ୍ରେମ ତଳେ ଏକ ବିରାଟ ଅଜଗର ନିଜର ଘର ବନାଇ ରହିଥିଲା । ହଠାତ୍ ଦିନେ ଫଟୋକୁ ସଫା କରିବାକୁ ଯାଇ ଯେତେବେଳେ ଘର ମାଲିକଙ୍କର ଅଜଗର ଉପରେ ନଜର ପଡିଗଲା ସେତେବେଳେ ଭୟରେ ତାଙ୍କର ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା । ଏହାପରେ ଘର ମାଲିକ ତୁରନ୍ତ ସାପ ଧରାଳୀଙ୍କୁ ଖବର ଦେଇଥିଲେ ଓ ସେମାନେ ଆସି ସାପଟିକୁ ଧରି ନେଇଥିଲେ । ଏହି ସମୟରେ ଘର ମାଲିକଙ୍କ ଫୋନ୍ରେ ରେକର୍ଡ ହୋଇଯାଇଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

Get real time updates directly on you device, subscribe now.