fbpx

ଏହି କଲେଜରୁ କରନ୍ତୁ ସ୍ନାତକ, ୬୧ ଲକ୍ଷରୁ ଅଧିକ ପ୍ୟାକେଜରେ ମିଳିଯିବ ଚାକିରୀ

ନୂଆଦିଲ୍ଲୀ:ଦ୍ୱାଦଶ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଇଂଜିନିୟରିଂ କିମ୍ବା ମେଡିକାଲ କଲେଜରେ ଆଡମିଶନ ନେଇଥାନ୍ତି । ଏହାପରେ ବି ବହୁ ଛାତ୍ରଛାତ୍ରୀ ସ୍ନାତକ ଶ୍ରେଣୀରେ ଆଡମିଶନ ନେଇଥାନ୍ତି । ସ୍ନାତକ ପଢିଥିବା ଛାତ୍ରଛାତ୍ରୀଙ୍କର ବି ଇଚ୍ଛା ରହିଥାଏ ସେମାନେ କୌଣସି ଏକ ଭଲ କଲେଜରେ ପାଠ ପଢିବେ ଓ ଶେଷ ବର୍ଷ ବେଳକୁ ଭଲ ସଂସ୍ଥାରେ ଭଲ ପ୍ୟାକେଜରେ କିଭଳି ସେମାନଙ୍କୁ ଚାକରୀ ମିଳିଯିବ । ଆମ ଦେଶରେ ଏପରି ଏକ କଲେଜ ରହିଛି ଯେଉଁଠୁ କେବଳ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ବି ଆପଣଙ୍କୁ ଭଲ ଯାଗାରେ ଚାକିରୀ ମିଳିଯିବ । ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିବା ଛାତ୍ରୀମାନେ ଏହି କଲେଜରେ ପଢିଥାନ୍ତି । ଏହି କଲେଜରେ ଥରେ ଆଡମିଶନ ମିଳିଗଲେ ଆପଣଙ୍କୁ ଆଉ ଚାକିରୀର ଚିନ୍ତା କରିବାକୁ ପଡିବ ନାହିଁ । ଏଠାରେ କେବଳ ସ୍ନାତକ ଡିଗ୍ରୀ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ୬୧ ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରୀ ଅଫର ମିଳିଥାଏ ।

ଏହି କଲେଜ ହେଉଛି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍ କଲେଜ । ଏହି କଲେଜ ଛାତ୍ରୀଙ୍କର ପ୍ରଥମ ପସନ୍ଦର କଲେଜ । ୧୯୪୮ରେ ଏହି କଲେଜ ପ୍ରତିଷ୍ଠା ହୋଇଥିଲା । ଏହି କଲେଜର ନାମକରଣ ପଛରେ ଏକ କାରଣ ରହିଛି । ବିଶ୍ୱବିଦ୍ୟାଳୟର କୁଳପତି ସାର୍ ମୋରିସ୍ ଗ୍ୱାଅର କହିଛନ୍ତି ଅଭିନେତ୍ରୀ କାରମେନ୍ ମିରାଣ୍ଡା ତାଙ୍କର ପ୍ରିୟ ଅଭିନେତ୍ରୀ ଥିଲେ ଓ ତାଙ୍କ ଝିଅଙ୍କ ନାମ ବି ମିରାଣ୍ଡା ଥିଲା । ଏହାସହିତ ୱିଲିୟମ ସେକ୍ସପିୟରଙ୍କ ନାଟକ ଦି ଟେମ୍ପେଷ୍ଟର ମିରାଣ୍ଡା ନାମରେ ଏକ ଚରିତ୍ର ଥିଲା । ଜଣେ ମହିଳା କିପରି ହେବା ଉଚିତ ମିରାଣ୍ଡା ତାହାର ଆଦର୍ଶ ଉଦାହରଣ ଥିଲେ । ଏହି କଲେଜର ଆଧାରଶିଳା ଲେଡି ଏଡବିନା ମାଉଣ୍ଟବେଟେନ ରଖିଥିଲେ । ଏହି ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଲାଲ ଇଟାରେ ତିଆରି ହୋଇଛି । ଏହି କଲେଜର ପୂର୍ବତନ ଛାତ୍ର ମିରାଣ୍ଡିଆନ ଭାବରେ ପରିଚିତ ହୋଇଥାନ୍ତି ।

ଏଠାରେ ଛାତ୍ରୀଙ୍କୁ ଅଧ୍ୟୟନର ଏକ ସ୍ୱତନ୍ତ୍ର ପରିବେଶ ମିଳିଥାଏ । ଏଠାରେ ସେମାନେ ପଢିବା ସହିତ ଡିବେଟ୍ ଆଦିରେ ମଧ୍ୟ ଭାଗ ନେଇଥାନ୍ତି । ଗତ ବର୍ଷ ଏହି କଲେଜରେ ସବୁଠାରୁ ଅଧିକ ପ୍ୟାକେଜ୍ (୬୧.୯୮ ଲକ୍ଷ) ରେ ଚାକିରୀ ଅଫର ଆସିଥିଲା । ଗତ ବର୍ଷ ଏହି କଲେଜର ପ୍ଲେସମେଣ୍ଟରେ ୯୮ କମ୍ପାନୀ ଭାଗ ନେଇଥିଲେ ।

Get real time updates directly on you device, subscribe now.