fbpx

ହନିଟ୍ରାପରେ ଶିକାର ହୋଇ ଭାରତୀୟ ଦେଉଥିଲେ ପାକିସ୍ତାନକୁ ସାମରିକ ତଥ୍ୟ, ଧରା ପଡିବା ପରେ…

ଓଡିଶା ଭାସ୍କର; ଗତ କିଛି ଦିନ ହେବ ଦେଶରେ ପ୍ରାୟ ସମସ୍ତ ସ୍ଥାନରେ କେହି ନା କେହି ହନିଟ୍ରାପ୍‌ର ଶିକାର ହେଉଥିବା ଦେଖିବାକୁ ମିଳୁଛି । କହିବାକୁ ଗଲେ ସାରା ଦେଶରେ ଏବେ ଅନେକ ହନିଟ୍ରାପ ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି । ସେହିପରି ଦେଶ ବାହାରେ ବି ମଧ୍ୟ ଏହି ହନିଟ୍ରାପ ଗ୍ୟାଙ୍ଗ ସବୁ ରହିଛନ୍ତି । ଆଉ ଏମାନଙ୍କ ଲକ୍ଷ୍ୟ ଟଙ୍କା ହାସଲ କରିବା ନୁହେଁ ବରଂ ଏମାନଙ୍କ ଲକ୍ଷ୍ୟ ହେଉଛି ଆମ ଦେଶରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବା । ବିଶେଷକରି ଭାରତରୁ ଗୁପ୍ତଚର ପାଇବା ପାଇଁ ପଡୋଶୀ ଶତ୍ରୁ ଦେଶ ପାକିସ୍ତାନ ପ୍ରତିଦିନ ବିଭିନ୍ନ ପ୍ରୟାସ କରିଥାଏ । ଏଣୁ ଆମ ସମସ୍ତଙ୍କୁ ଏଥିପ୍ରତି ସଚେତନ ରହିବାକୁ ପଡିବ । ବିହାର ରାଜ୍ୟର ଭକ୍ତବଂଶୀ ଯାହ ନାମକ ଜଣେ ୩୬ ବର୍ଷ ବୟସ୍କ ବ୍ୟକ୍ତି ଆମର ଶତ୍ରୁ ପଡ଼ୋଶୀଙ୍କ କୌଶଳର ଶିକାର ହୋଇଛନ୍ତି । ପାକିସ୍ତାନର ଏକ ଫେକ ଆଇଡି ଦ୍ୱାରା ହନିଟ୍ରାପରେ ଛନ୍ଦି ହୋଇ ପାକିସ୍ତାନକୁ ଗୁରୁତର ସୂଚନା ହସ୍ତାନ୍ତର କରୁଥିଲେ । ଯାହାକୁ ନେଇ ପରେ ତାଙ୍କୁ ଗିରଫ କରାଯାଇଛି ।

୨୫ ଅଗଷ୍ଟରେ ସାମରିକ ଗୁପ୍ତଚରଙ୍କ ଦ୍ୱାରା ସେୟାର କରାଯାଇଥିବା ଇନପୁଟ ଅନୁଯାୟୀ, ଅଭିଯୁକ୍ତ ପାକିସ୍ତାନୀ ଗୁପ୍ତଚର ସଂସ୍ଥାକୁ ସମ୍ବେଦନଶୀଳ ସାମରିକ ରହସ୍ୟ ଯୋଗାଇଥିଲେ । ଯାହାର ସୂଚନା ପାଇ କୋଲକାତା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଅଭିଯୁକ୍ତ ଭକ୍ତବଂଶୀକୁ ଗିରଫ କରିଥିଲା । ସେ ଗତ ବର୍ଷ ଅକ୍ଟୋବର ମାସରେ ଫେସବୁକରେ ଏକ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ (PTO) କୁ ଭେଟିଥିଲେ । ସେତେବେଳେ ଦିଲ୍ଲୀର ଏକ ଆନ୍ତର୍ଜାତୀୟ କୋରିଅର୍ ଫାର୍ମ ପାଇଁ ଭକ୍ତବଂଶୀ କୋରିଅର୍ ବିତରଣ ବ୍ୟକ୍ତି ଭାବେ କାମ କରୁଥିଲେ ।

ଅପରେଟିଭ୍ ‘ଅରୁଷୀ ଶର୍ମା’ ନାମକ ଏକ ଫେକ ଫେସବୁକ୍ ପ୍ରୋଫାଇଲ୍ ମାଧ୍ୟମରେ ତାଙ୍କୁ ଫ୍ରେଣ୍ଡ ରିକୁଏସ୍ଟ ପଠାଇଥିଲା । ସେ ତାଙ୍କ ରିକୁଏସ୍ଟକୁ ଗ୍ରହଣ କରିବା ପରେ ଅପରେଟିଭ୍ ତାଙ୍କ ସହ ବନ୍ଧୁତା କରିଥିଲା । ଏହାପରେ ତତକ୍ଷଣାତ୍ ଉଭୟେ ମେସେଜିଂ ଆପ୍ଲିକେସନ୍ ହ୍ୱାଟ୍ସ ଆପରେ କଥା ହେବା ଆରମ୍ଭ କରିଥିଲେ । ଅପରେଟିଭ୍ ଏହି ହ୍ୱାଟ୍ସ ଆପ୍ ଆକାଉଣ୍ଟକୁ ଏକ ଭାରତୀୟ ମୋବାଇଲ୍ ନମ୍ବରରୁ ପରିଚାଳନା କରୁଥିଲେ । ଧୀରେ ଧୀରେ ସେମାନେ ଅଡିଓ ଏବଂ ଭିଡିଓ କଲ୍ ମାଧ୍ୟମରେ ଅଶ୍ଳୀଳ କଥାବାର୍ତ୍ତା ଆରମ୍ଭ କଲେ ଜ୍ଝ ଭକ୍ତବଂଶୀ ଧରାପଡ଼ିବାର କିଛି ଘଣ୍ଟା ପୂର୍ବରୁ ମଧ୍ୟ ଏହି ଯୋଡିଙ୍କର ସମାନ ବାର୍ତ୍ତାଳାପ ହୋଇଥିଲା ।

ପାକିସ୍ତାନୀ ଅପରେଟିଭ୍ ତାଙ୍କୁ କହିଥିଲେ ଯେ ତାଙ୍କ ଭଉଣୀ ଜଣେ ପ୍ରତିରକ୍ଷା ସାମ୍ବାଦିକ । ଏକ ସମ୍ବାଦ ସଂଗଠନରେ ତାଙ୍କ ଭଉଣୀ କାମ କରୁଛନ୍ତି ଏବଂ ତାଙ୍କ ପାଇଁ ସେ ଏହି ତଥ୍ୟ ଚାହୁଁଛନ୍ତି । ନେଟ୍ କ୍ୟାମେରା ନାମକ ଏକ ଆପ୍ଲିକେସନ୍ ଖୋଲିବାକୁ ସେ ତାଙ୍କୁ କହିଥିଲେ । ଗତ ମାର୍ଚ୍ଚ ମାସରେ ସେ ଦିଲ୍ଲୀର ସାମରିକ ସଂସ୍ଥାର ଏକାଧିକ ଫଟୋଗ୍ରାଫ୍ ଉଠାଇଥିଲେ । ତାଙ୍କ କହିବା ଅନୁଯାୟୀ ଉକ୍ତ ଆପ୍ଲିକେସନ୍ ଜରିଆରେ ସେ ଫଟୋସବୁ ସେୟାର କରିଥିଲେ ।

ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ଜଣେ ପୁରୁଷ ଏକାଧିକ ଥର ଭକ୍ତବଂଶୀଙ୍କ ସହ ଯୋଗାଯୋଗ କରିଥିଲେ, ଯିଏ ନିଜକୁ ଅପରେଟିଭର ପିତା ବୋଲି ପରିଚିତ କରିଥିଲେ । ଅପରେଟିଭି ଓ ତାଙ୍କ ପିତା କହିଥିଲେ ହ୍ୱାଟ୍ସ ଆପ ବ୍ୟବହାର କରିବା ପାଇଁ ତାଙ୍କ ଲାଗି ଏକ ଭାରତୀୟ ସିମ ତାଙ୍କ ପାଇଁ ଯୋଗାଡ଼ କରିବାକୁ । ଏହା ପରେ ଭକ୍ତବଂଶୀ ୱେଷ୍ଟ ବେଙ୍ଗଲର ଏକ କୋରିଆର କମ୍ପାନୀର କୋଲକତାକୁ ବଦଳି ହୋଇ ଆସିଥିଲେ । ଏହା ପରେ ତାଙ୍କ ପାଇଁ ଏକ ଭାରତୀୟ ସିମ୍ ମଧ୍ୟ ଯୋଗାଡ଼ କରିଥିଲା ଅଭିଯୁକ୍ତ ।

ଏହା ପରେ ଏହି ଘଟଣାର ସୂଚନା ପାଇ ଅଗଷ୍ଟ ୨୫ ତାରିଖରେ ଅଭିଯୁକ୍ତ ଭକ୍ତବଂଶୀକୁ ଗିରଫ କରିଥିଲା କଲିକତା ଏସଟିଏଫ । ତେବେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତର ମୋବାଇଲକୁ ସିଜ କରି ସମସ୍ତ ତଥ୍ୟ ହାସଲ କରାଯାଉଛି ।

 

 

Get real time updates directly on you device, subscribe now.