fbpx

(Video) ନଦୀରୁ ବାହାରି ଘରେ ପଶିଗଲା କୁମ୍ଭୀର! ଗାଁ ଲୋକେ ସବୁ ଦୌଡ଼ିଲେ… ଆଉ ତା’ପରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁମ୍ଭୀରକୁ ନେଇ ସାରା ରାଜ୍ୟରେ ଏବେ ଆତଙ୍କ ସୃଷ୍ଟି ହୋଇଛି । ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀରକୁ ନେଇ ଏକାଧିକ ମାମଲା ଦେଖିବାକୁ ମିଳିଥିଲା । ଗତ ଜୁନ ମାସରେ ବାସନ ମାଜୁଥିବା ସମୟରେ ସମୟରେ ଜଣେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ କରିବା ସହିତ ନାଳ ଭିତରକୁ ଟାଣି ନେଇଯାଇଥିଲା । ସେହିପରି ଜଣେ ମାଆ ହାତରୁ କୁନି ପୁଅକୁ ମଧ୍ୟ କୁମ୍ଭୀର ଟାଣି ନେଇଥିଲା ।

ସେହିପରି ଗତ ସପ୍ତାହରେ ଯାଜପୁର ଜିଲ୍ଲା ବରୀ ବ୍ଲକରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏହା ମଧ୍ୟରେ କୁମ୍ଭୀରକୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ଗୋଟିଏ କୁମ୍ଭୀର ନଦୀରୁ ବାହରି ଗାଁ ଭିତରକୁ ପ୍ରବେଶ କରୁଥିଲା । ଏହା ଜଣେ ମହିଳାଙ୍କ ଆଖିରେ ପଡ଼ିବା ପରେ ସେ ଚିତ୍କାର କରିଥିଲେ । ଘର ପାଖରେ ନଦୀ ଲାଗି କରି ରହିଥିବାରୁ କୁମ୍ଭୀରକୁ ଦେଖିବା ପରେ ତାକୁ ‘ହଟାଅ ହଟାଅ’ ବୋଲି ମହିଳା ଜଣଙ୍କ ବଡ଼ ପାଟିରେ ସମସ୍ତଙ୍କୁ ଡାକିଥିଲେ ।

କୁମ୍ଭୀରଟି ନଦୀରୁ ବାହାରି ସିଧାସଳଖ ଜନବସତି ଆଡ଼କୁ ମୁହାଁଇଥିଲା । ମହିଳାଙ୍କ ଡାକ ଶୁଣି ଗାଁର ଲୋକମାନେ ଦୌଡ଼ି ଆସିଥିଲେ । ଏହାପରେ କୁମ୍ଭୀରକୁ ନେଇ ସମସ୍ତେ ଆଶଙ୍କା ମଧ୍ୟରେ ରହିଛନ୍ତି । ଏହାପୂର୍ବରୁ ଠାକୁରାଣୀଙ୍କ ନିକଟରେ ଜଣେ କୁମ୍ଭୀରକୁ ଦେଖିଥିବା ବେଳେ ପୁଣି ଆଜି କୁମ୍ଭୀରକୁ ଜଣେ ମହିଳା ଦେଖିଥିଲେ । ପାଖାପାଖି ୧ ଘଣ୍ଟା ଧରି କୁମ୍ଭୀରଟି ଉପରେ ରହିଥିଲା । ପରେ ଗାଡ଼ି, ମୋଟରର ଶବ୍ଦ ଶୁଣି ସେ ଲୁଚି ଯାଇଥିଲା । କିଛିଦିନ ତଳେ ସୋର ବ୍ଲକ କେଦାରପୁର ପଞ୍ଚାୟତ ଦେଇ ଯାଇଥିବା କାଂଶବାଂଶ ନଦୀରେ ଲୋକମାନେ ଏକ କୁମ୍ଭୀରକୁ ଦେଖିଥିଲେ । ତେବେ ସେହି ଗାଁରେ ପୁଣି ଏକ କୁମ୍ଭୀରକୁ ଦେଖିବା ପରେ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଯାଇଛି ।

Get real time updates directly on you device, subscribe now.