fbpx

ମାଛ ଜାଲରେ ପୁଳା ପୁଳା ଟଙ୍କା

ମାଛ ପାଇଁ ଜାଲ ପକାଇବାରୁ ମିଳିଲା ପୁଳା ପୁଳା ଟଙ୍କା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଅଜବ ଘଟଣା ଖଣ୍ଡୱା ଜିଲ୍ଲାର ଏକ ଗାଁ ଆରୁଦରୁ ଆସିଛି । ସେଠାରେ ଜଣେ କେଉଟ ମାଛ ଧରିବାକୁ ଜାଲ ପକାଇଥିଲେ । ମାଛ ତ ଆସିଲା ନାହିଁ, କିନ୍ତୁ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ଜାଲରେ ପଡିଲା । ପାଖାପାଖି ୨୦ ହଜାର ଟଙ୍କାର ନୋଟ୍ ଜାଲରେ ପଡିଥିବା ଜଣାପଡିଛି । କରୋନା ସଙ୍କଟ ବେଳେ ପାଣିରୁ ଏହି ଟଙ୍କା ମିଳିବାକୁ ଲୋକମାନେ ଡରରେ ପୋଲିସକୁ ଏନେଇ ସୂଚନା ଦେଇଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ନୋଟକୁ ସାନିଟାଇଜ୍ କରିଥିଲା ଓ ଟଙ୍କାକୁ ନିଜ କବଜାକୁ ନେଇଥିଲା । ତେବେ ଲକ୍-ଡାଉନ୍ ସମୟରେ କିଏ ବା ଏତେ ସାରା ଟଙ୍କା ପାଣିରେ ଫିଙ୍ଗିବ ବୋଲି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.