fbpx

Rishab Pant Comeback! ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆ ସହ ସାମିଲ ହେଲେ ପନ୍ତ: ବଡ଼ ସରପ୍ରାଇଜ

ନୂଆଦିଲ୍ଲୀ: ବର୍ତ୍ତମାନ ଏସିଆ କପ୍ ପାଇଁ ପ୍ରସ୍ତୁତି ଜାରି ରଖିଛି ଭାରତୀୟ ଦଳ । ଆହତ ସମସ୍ୟାରୁ ଭାରତର ୩ ଜଣ ସୁପରଷ୍ଟାର ଖେଳାଳି ଦଳରେ ସାମିଲ ହୋଇଛନ୍ତି । କେ.ଏଲ ରାହୁଲ, ଜଶପ୍ରୀତ ବୁମରାହ ଏବଂ ଶ୍ରେୟସ ଅୟର ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜ ସ୍ଥାନ ହାସଲ କରି ସାରିଛନ୍ତି । ତେବେ ଏସିଆ କପ୍ ପୂର୍ବରୁ ଭାରତକୁ ମିଳିଛି ଆଉ ଏକ ବଡ଼ ସରପ୍ରାଇଜ । ଆହତ ସମସ୍ୟା ପରେ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଅଚାନକ ଟିମ ଇଣ୍ଡିଆ ସହ ସାମିଲ ହୋଇଛନ୍ତି । ପନ୍ତଙ୍କ ଏଣ୍ଟ୍ରି ପରେ ଭାରତୀୟ ଦଳରେ ଏବେ ଖୁସିର ମାହୋଲ ଖେଳିଯାଇଛି ।

ଗତବର୍ଷ ଡିସେମ୍ବର ମାସରୁ ଦୁର୍ଘଟଣାର ଶିକାର ହୋଇ ଦଳରୁ ବାଦ୍ ପଡ଼ିଛନ୍ତି ୱିକେଟ କିପର ଋଷଭ ପନ୍ତ । କିନ୍ତୁ କିଛି ଦିନ ତଳେ ସେ ବ୍ୟାଟିଂ କରୁଥିବାର ଏକ ଭିଡିଓ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ପନ୍ତ ଖୁବଶୀଘ୍ର ଦଳରେ କମବ୍ୟାକ କରିବା ନେଇ ଆଶା ବଢିଯାଇଛି । ଏବେ ଏସିଆ କପ୍ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଥିବା ବେଳେ ଦଳ ସହ ସାମିଲ ହୋଇଛନ୍ତି ଋଷଭ । ଭାରତୀୟ ଦଳର ସମସ୍ତ ସଦସ୍ୟମାନଙ୍କ ପାଇଁ ପନ୍ତଙ୍କର ଏହା ଏକ ସରପ୍ରାଇଜ ଏଣ୍ଟ୍ରି । ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅଲୁରରେ ଭାରତୀୟ ଦଳର ଖେଳାଳି ଅଭ୍ୟାସ କରୁଥିବା ବେଳେ ଏଣ୍ଟ୍ରି କରିଛନ୍ତି ଋଷଭ । ତେବେ ସେ ଏସିଆ କପ୍ ପାଇଁ ଟିମରେ ସାମିଲ ହୋଇ ନାହାନ୍ତି । ସେ ଦଳର ସାଥୀ ଖେଳାଳିମାନଙ୍କ ସହ ସାକ୍ଷାତ କରିବା ପାଇଁ ଏଠାରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚି ରୋହିତ, ତିଲକ ଏବଂ ବୁମରାହଙ୍କ ସହିତ କୋଚଙ୍କୁ ମଧ୍ୟ ଭେଟ କରିଛନ୍ତି ।

ଋଷଭ ପନ୍ତଙ୍କୁ ଦଳରେ ଦେଖି ଭାରତୀୟ ଖେଳାଳିମାନେ ଖୁବ ଖୁସି ଥିବା ଦେଖିବାକୁ ମିଳିଛି । ତେବେ ଋଷଭ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇନାହାନ୍ତି ଏବଂ ଦଳକୁ ପେରିବା ପାଇଁ ତାଙ୍କୁ ଆହୁରି କିଛି ସମୟ ଲାଗିବ ବୋଲି ଗଣାଯାଇଛି । ଏପରିକି ସେ ଆଗାମୀ ଦିନିକିଆ ବିଶ୍ୱକପରେ ମଧ୍ୟ ଖେଳିପାରିବେ ନାହିଁ । ସୂଚନା ଥାଉ କି, ଆସନ୍ତାକାଲି(ଅଗଷ୍ଟ ୩୦ ତାରିଖ)ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ର ବଡ଼ ଟୁର୍ଣ୍ଣାମେଣ୍ଟ । ତେବେ ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ ଖେଳାଯିବ ।

Get real time updates directly on you device, subscribe now.