fbpx

OMG! ମହିଳାଙ୍କ ମସ୍ତିଷ୍କରୁ ମିଳିଲା କୀଟ : ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ବିଶ୍ୱରେ ଏପରି କିଛି ଘଟଣା ଘଟି ଯାଉଛି ଯାହାକି କେହି ମଧ୍ୟ ସେ ବିଷୟରେ କିଛି ଭାବି ନଥାଉଛନ୍ତି ।  ସେହିଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି । ସେଠାରେ ୬୪ ବର୍ଷିୟ ଏକ ମହିଳାଙ୍କ ମସ୍ତିଷ୍କରେ ବଞ୍ଚିଥିବା ଏକ କୀଡା ଦେଖିବାକୁ ମିଳିଛି । ଏହା ଦୁନୁଆର ସର୍ବ ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହାକୁ ନେଇ ଡାକ୍ତର ମଧ୍ୟ କହିଲେ ଯେ, ଏହା ତାଙ୍କ ଜୀବନର ପ୍ରଥମ ଘଟଣା ଅଟେ ।

ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆରେ ଜଣେ ମହିଳାଙ୍କ ମସ୍ତିଷ୍କରେ ବଞ୍ଚିଥିବା ୩ ଇଞ୍ଚର ଏକ ବଡ଼ ଧରଣର କୀଟ ଦେଖିାକୁ ମିଳିଛି । ମସ୍ତିଷ୍କରେ କୀଟା ଥିବା ଯୋଗୁଁ ମହିଳାଙ୍କ ପାଖରେ ଅନେକ ରୋଗ ଦେଖିବାକୁ ମିଳିଛି । ମହିଳାଙ୍କ ମଧ୍ୟରେ ନିମୋନିଆ, ପେଟ ଦରଜ, ଡାଇରିଆ, ଶୁଖିଲା କାଶ, ଜ୍ୱର ଏବଂ ରାତ୍ର ସମୟରେ ଝାଳ ବୋହିବା ଭଳି ଅନେକ ଲକ୍ଷଣ ଦେଖାଗଲା । ୨୦୨୧ ମସିହାରୁ ଡାକ୍ତର ସ୍ଟେରାୟଡ ଏବଂ ଅନ୍ୟନ୍ୟ ଔଷଧ ଦେଇ ମହିଳାଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ୨୦୨୨ ବେଳକୁ ମହିଳାଙ୍କ ପାଖରେ ଡିପ୍ରେସନ ଏବଂ ଭୁଲିବା ଭଳି ଲକ୍ଷଣ ଦେଖା ଦେଇଥିଲା । ଏହାପରେ ଡାକ୍ତର ମହିଳାଙ୍କର ମସ୍ତିଷ୍କର MRI କରିଲେ, ଯାହାଦ୍ୱାରା ମସ୍ତିଷ୍କରେ ଅଳ୍ପ ଗଡବଡ ଦେଖାଯାଇଥିଲା । ଏନେଇ ଅପରେସନ କରିବା ପାଇଁ ପରାମର୍ଶ ଦିଆଗଲା ।

ପରବର୍ତ୍ତୀ ସମୟରେ ମହିଳାଙ୍କ ମସ୍ତିଷ୍କରେ କୀଟ ଥିବା ଜାଣିବା ପରେ ଡାକ୍ତର ମହିଳାଙ୍କ ଅପରେସନ କରିନଥିବା ଜଣା ପଡିଛି । ଏହା ଜାଣିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । କୀଟ ଟିର ଲମ୍ବା ୩ ଇଞ୍ଚ, ଦେଖିବାକୁ ଲାଲ ରଙ୍ଗର ଅଟେ । ଏହି କୀଟଟି ଅଜଗର ସାପର ପ୍ରଜାତି ବୋଲି ମନେକରାଯାଏ ।

Get real time updates directly on you device, subscribe now.