fbpx

ODI WC-2023 ପରେ ଅବସର ନେବେ ଅଧିନାୟକ ରୋହିତ? ବଡ଼ ସଂକେତ ଦେଲେ ହିଟମ୍ୟାନ୍…

ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଖେଳିବାକୁ ଯାଉଛି ଏହି ଇଭେଣ୍ଟ । ଭାରତୀୟ ଦଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖୁବ ମହତ୍ତ୍ୱପୂର୍ଣ୍ଣ ରହିଛି । କାରଣ ଏହି ଟୁର୍ଣ୍ଣାମେଣ୍ଟ ପରେ ଦିନିକିଆ ବିଶ୍ୱକପ ଖେଳାଯିବ । ତେବେ ବିଶ୍ୱକପ ପରେ ଅଧିନାୟକ ରୋହିତ କ୍ରିକେଟରୁ ଅବସର ନେଇ ସଂକେତ ଦେଇଛନ୍ତି । ଦିନିକିଆ ବିଶ୍ୱକପ ପରେ ସନ୍ନ୍ୟାସ ନେବା ଉପରେ ରୋହିତ ଶର୍ମାଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏସିଆ କପ୍ ପୂର୍ବରୁ ଏକ ପ୍ରେସମିଟରେ ଅବସର ନେଇ ଇଙ୍ଗିତ କରିଛନ୍ତି ରୋହିତ । ୨୦୦୭ରେ ଡେବ୍ୟୁ କରିଥିବା ରୋହିତ ବର୍ତ୍ତମାନ ଭାରତର ଅଧିନାୟକ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ଜଣେ କ୍ରିକେଟର ଭାବରେ ସେ ଅନେକ ସଫଳତା ହାସଲ କରିଥିବା ବେଳେ ଅଧିନାୟକ ଦାୟିତ୍ୱ ନେବା ପରେ ତାଙ୍କର ପ୍ରଦର୍ଶନ ସେତେଟା ଭଲ ନାହିଁ । ୨୦୨୦ ମସିହାରୁ ଏବେ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଶତକ ହାସଲ କରିଛନ୍ତି ରୋହିତ । ତେବେ ଏହା ଭିତରେ ସେ ଆଗାମୀ ଟୁର୍ଣ୍ଣାମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ଆସନ୍ତା ୨ ମାସ ମୁଁ ଏହି ଦଳ ସହ ଅନେକ ସ୍ମୃତି ରଖିବା ପାଇଁ ଚାହୁଁଛି ।” ରୋହିତଙ୍କର ଏହି ବୟାନ ତାଙ୍କ ଅବସରକୁ ନେଇ ଇସାରା କରୁଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଦିନିକିଆ ବିଶ୍ୱକପ୍-୨୦୧୯ରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଖୁବ ଉଚ୍ଚକୋଟୀର ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ୫ଟି ଶତକ ସହ ମୋଟ ୬୪୮ ରନ୍ ସଂଗ୍ରହ କରିଥିଲେ । ତେବେ ଟୁର୍ଣ୍ଣାମେଣ୍ଟରେ ଚାପମୁକ୍ତ ରହିବା ଆବଶ୍ୟକ ବୋଲି ରୋହିତ କହିଛନ୍ତି । ତେବେ ବିଶ୍ୱକପ ପୂର୍ବରୁ, ୨୦୧୯ ପୂର୍ବରୁ ମୁଁ ଯେଉଁ ଭଳି ଥିଲି, ବର୍ତ୍ତମାନ ସେହିଭଳି ହେବାକୁ ଚାହୁଁଛି । ସେତେବେଳେ ମାନସିକ ସ୍ତରରେ ଖୁବ ଭଲ ସ୍ଥିତିରେ ରହିଥିଲି ଏବଂ ପ୍ରସ୍ତୁତି ମଧ୍ୟ ଖୁବ ଭଲ ଭାବରେ ହୋଇଥିଲା । ତେବେ ଏହି ସବୁ କଥା ଶୁଣିବା ପରେ ଆସନ୍ତା ବିଶ୍ୱକପ ରୋହିତଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ହେବ ବୋଲି ଆଲୋଚନା ହେଉଛି ।

Get real time updates directly on you device, subscribe now.