fbpx

ରାକ୍ଷୀବନ୍ଧନରେ ଭଉଣୀକୁ ସୁନା ଗିଫ୍ଟ ଦେବାକୁ ଚାହୁଁଛନ୍ତି କି….ଜାଣି ନିଅନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର : ରାତି ପାହିଲେ ରାକ୍ଷୀପୂର୍ଣ୍ଣୀମା । ଭାଇ ମାନେ ସବୁ ବେଳେ ଦ୍ୱନ୍ଦରେ ରୁହନ୍ତି ଯେ, ରକ୍ଷାବନ୍ଧନରେ ଭଉଣୀମାନଙ୍କୁ କ’ଣ ଗିଫ୍ଟ ଦେବେ । ତେବେ ଭାଇମାନଙ୍କ ପାଇଁ ଏକ ଖୁସି ଖବର ଅଛି, ଭାରତୀୟ ବଜାରରେ ସୁନାର ଦରରେ ପରିବର୍ତ୍ତନ ଆସିଛି । ଆସନ୍ତାକାଲିର ପବିତ୍ର ପର୍ବରେ ଭାଇ ମାନେ ଖୁସିରେ ନିଜ ଭଉଣୀକୁ ସୁନାର ଗିଫ୍ଟ ଦେଇ ପାରିବେ । ଗତ କିଛି ଦିନ ହେବ ସୁନାର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତୁରନ୍ତ ଭାଇ ମାନେ ଏହି ସୁବର୍ଣ୍ଣ ସୁଯୋଗର ଫଇଦା ଉଠାନ୍ତୁ । ବର୍ତ୍ତମାନ ସୁନା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି ସୁନାର ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୩,୪୫୦ ଟଙ୍କା ରହି ଥିବା ବେଳେ ୨୪ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୯,୪୦୦ ଟଙ୍କା ରହିଛି ।

ଆମ ଦେଶର କେତେକ ସ୍ଥାନରେ ସୁନାର ମୂଲ୍ୟ କମିବା ବେଳେ କେତେକ ସ୍ଥାନରେ ସ୍ଥିର ରହିଛି । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୪,୪୫୦ ଟଙ୍କା ଓ ୫୯,୪୦୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହର ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରାତି ୫୪,୬୦୦ଟଙ୍କା ଓ ୫୯,୫୫୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ଏହାର ଦର ଯଥାକ୍ରମେ ୫୪,୪୫୦ ଟଙ୍କା ଓ ୫୯,୪୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ମୂଲ୍ୟ ଯଥାକ୍ରମେ ୫୪,୪୫୦ ଟଙ୍କା ଓ ୫୯,୪୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୫୪,୭୫୦ ଟଙ୍କା ଥିବା ବେଳେ ୫୯,୭୫୦ ଟଙ୍କା ରହିଛି । ଅନ୍ୟପଟେ ରୂପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୬,୯୦୦ ଟଙ୍କା ରହିଥିବାର ରେକର୍ଡ କରାଯାଇଛି ।

Get real time updates directly on you device, subscribe now.