fbpx

ପୂର୍ବତନ ବିଧାୟକଙ୍କୁ ବହିଷ୍କାର: ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ସ୍ତରରେ କ୍ଷମତାସୀନ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ସମରସଜ୍ଜା ଆରମ୍ଭ ହୋଇଯାଇଛି । ନିର୍ବାଚନ ପୂର୍ବରୁ ପ୍ରମୁଖ ରାଜନୈତି ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦଳ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରୁଥିବା ବେଳେ କିଛି ନେତା ମଧ୍ୟ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଥିବାର ଦେଖାଯାଉଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜଣେ ପୂର୍ବତନ ବିଧାୟକଙ୍କୁ ଦଳରୁ ବିଦା କରାଯାଇଛି । ଅନୁଶାସନହୀନତା କାରଣରୁ ବହୁଜନ ସମାଜ ପାର୍ଟି (ବସପା) ସୁପ୍ରିମୋ ମାୟାବତୀ ଜଣେ ପୂର୍ବତନ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ପୂର୍ବତନ ବିଧାୟକ ଇମରାନ ମସୁଦଙ୍କୁ ବସପାରୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ମାୟାବତୀ ।

ଗତବର୍ଷ ଅକ୍ଟୋବର ମାସ ୧୯ ତାରିଖରେ ଇମରାନ ବସପାରେ ଯୋଗ ଦେଇଥିଲେ । ଦଳ ବିରୋଧୀ କାର୍ଯ୍ୟକଳାପ କାରଣରୁ ଇମରାନଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଛି । ଏନେଇ ଦଳ ପକ୍ଷରୁ ଜାରି ପ୍ରେସ ରିଲିଜରେ ଉଲ୍ଲେଖ କରାଯାଇଛି । ଇମ୍ରାନଙ୍କ ନିଷ୍କାସନ ଉପରେ ମାୟାବତୀଙ୍କ ବ୍ୟକ୍ତିଗତ ସଚିବ ମେବାଲାଲ ମୋହାର ମାରିଥିବା ଜଣାପଡ଼ିଛି । ତେବେ ବସପାରୁ ନିଷ୍କାସିତ ହେବା ପରେ ଏବେ ଇମ୍ରାନ କଂଗ୍ରେସ ଟିକେଟରେ ସହାରନପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି । ନିକଟରେ ଇମ୍ରାନ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ସାକ୍ଷାତ କରିଥିବା ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.