fbpx

OPSCର ବଡ଼ ଘୋଷଣା: ଅକ୍ଟୋବର ୧୫ ତାରିଖରେ ହେବ OCS ପ୍ରିଲିମ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରେ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପ୍ରିଲିମିନାରୀ ପରୀକ୍ଷା ୨୦୨୨-୨୩ ଆୟୋଜିତ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଘୋଷଣା କରାଯାଇଛି । ଓସିଏସ ପ୍ରିଲିମ ପରୀକ୍ଷାର ସବିଶେଷ ବିବରଣୀ ପରେ ପ୍ରଦାନ କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।

ଗତ ବର୍ଷ ଡିସେମ୍ବର ମାସରେ ଓସିଏସ ପରୀକ୍ଷା-୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ଏ ଓ ଗ୍ରୁ-ବି ପାଇଁ ମୋଟ ୬୮୩ଟି ପଦ ପାଇଁ ଓପିଏସସି ପକ୍ଷରୁ ନୋଟିଫିକେସନ ଜାରି କରାଯାଇଥିଲା । ଏନେଇ ଚଳିତ ବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିଥିଲା । ଓଡ଼ିଶା ସିଭିଲ ସର୍ଭିସେସ (ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମ, ୧୯୯୧, ସଂଶୋଧିତ ନିୟମ ୨୦୨୨ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ ।

ମୋଯ ୬୮୩ଟି ପଦ ମଧ୍ୟରୁ ୟୁଆର ପାଇଁ ୩୮୭ଟି, ଏସଇବିସି ପାଇଁ ୭୧ଟି, ଅନୁସଚିତ ଜାତି ପାଇଁ ୮୯ଟି, ଅନୁସୂଚିତ ଜନଜାତି ପାଇଁ ୧୩୬ଟି ପଦ ସଂରକ୍ଷିତ ରହିଥିଲା । ଏଥିସହିତ ପିଡବ୍ଲ୍ୟୁଡିଙ୍କ ପାଇଁ ୨୯ଟି, ଏକ୍ସ-ସର୍ଭସମେନଙ୍କ ପାଇଁ ୧୪ଟି ଓ କ୍ରୀଡ଼ାବିତଙ୍କ ପାଇଁ ୭ଟି ପୋଷ୍ଟ ସଂରକ୍ଷିତ ରହିଥିଲା । ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା । ଓସିଏସ ପରୀକ୍ଷା ଓଡ଼ିଆ ଭାଷାରେ ହେବ ହେବା ନେଇ ଗତବର୍ଷ ଅକ୍ଟୋବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉଭୟ ଲିଖିତ ଓ ମୌଖିକ ପରୀକ୍ଷା ଓଡ଼ିଆ, ଇଂରାଜୀ ଭାଷାରେ କରାଯିବା ନେଇ ନିଷ୍ପତ୍ତି ନିହୋଇଥିଲା ।

Get real time updates directly on you device, subscribe now.