fbpx

ପ୍ରଧାନ ଶିକ୍ଷକ ଦେଉଥିଲେ ଯୌନ ନିର୍ଯାତନା, ମୁଖ୍ୟମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ଛାତ୍ରୀମାନେ…

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦର ଜଣେ ସ୍କୁଲ ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପ୍ରଧାନ ଶିକ୍ଷକ ରାଜୀବ ପାଣ୍ଡେ ବିଭିନ୍ନ ବାହାନା କରି ଛାତ୍ରୀ ମାନଙ୍କୁ ତାଙ୍କ ଅଫିସକୁ ଡାକି ସେମାନଙ୍କୁ ଅନୁପଯୁକ୍ତ ଭାବରେ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଣିଥିବା ଛାତ୍ରୀ ମାନଙ୍କ ବୟସ ପ୍ରାୟ ୧୨ ରୁ ୧୫ ବର୍ଷ ମଧ୍ୟରେ ହେବ । ଛାତ୍ରୀ ମାନେ କହିଛନ୍ତି, ପ୍ରଥମେ ଏହି ନିର୍ଯାତନା ବିଷୟରେ କହିବାକୁ ଡରୁଥିଲେ, କିନ୍ତୁ ଶେଷରେ ସେମାନଙ୍କ ପିତାମାତାଙ୍କୁ ଜଣାଇଥିଲେ ।

ସୂଚନା ଅନୁଯାୟୀ, ପ୍ରଧାନ ଶିକ୍ଷକ ଛାତ୍ରୀ ମାନଙ୍କୁ ଯୌନ ନିର୍ଯାତନା ଦେଉଥିବା କଥା ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ସେମାନଙ୍କ ପରିବାର ସଦସ୍ୟ ସ୍କୁଲ ଯାଇ ପ୍ରଧାନ ଶିକ୍ଷକଙ୍କୁ ଏହି ବିଷୟରେ ପଚରା ଉଚରା କରିଥିଲେ । ତେବେ ଏହାକୁ ନେଇ ପ୍ରଧାନ ଶିକ୍ଷକ ଓ ଛାତ୍ରୀମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ସ୍କୁଲର ଛାତ୍ରୀମାନେ ଓ ତାଙ୍କ ପରିବାର ଲୋକେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରି ରକ୍ତାକ୍ତ କରିଥିଲେ । ଏହାପରେ ପ୍ରଧାନ ଶିକ୍ଷକ ଥାନାକୁ ଯାଇ ଉକ୍ତ ସ୍କୁଲ ଛାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଏକ ଏତଲା ଦେଇଥିଲେ । ପ୍ରଧାନ ଶିକ୍ଷକ ନିଜର ଏତଲାରେ ଦର୍ଶାଇଛନ୍ତି ଯେ, ବିନା କାରଣରେ କିଛି ଛାତ୍ରୀ ଓ ତାଙ୍କ ପରିବାର ସଦସ୍ୟ ଆସି ମତେ ଖରାପ ବ୍ୟବହାର କରିବା ସହ ମତେ ମାଡ଼ ମାରିଛନ୍ତି ଓ ସ୍କୁଲର ବହୁ ଜିନିଷ ପତ୍ର ନଷ୍ଟ କରିଛନ୍ତି । ଏଣୁ ଛାତ୍ରୀ ଓ ତାଙ୍କ ପରିବାର ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ସେହିପରି ଛାତ୍ରୀମାନେ ମଧ୍ୟ ଥାନାକୁ ଯାଇ ଏକ ପାଲଟା ଏତଲା ଦେଇଛନ୍ତି । ଛାତ୍ରୀ ମାନେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନ ଶିକ୍ଷକ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ସେ ଏହି କଥା ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ । ଏହି ସମୟରେ ପ୍ରଧାନ ଶିକ୍ଷକ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଖରାପ ବ୍ୟବହାର କରିଥିଲେ । ଏହାପରେ ବଚସା ସୃଷ୍ଟି ହେବାରୁ ତାଙ୍କ ମଧ୍ୟରେ ମାରପିଟି ହୋଇଛି ।

ଅନ୍ୟପଟେ ଏହି ଘଟଣା ଘଟିବା ପରେ ସ୍କୁଲ କତୃପକ୍ଷ ଛାତ୍ରୀ ମାନଙ୍କୁ ସ୍କୁଲ ଯିବାକୁ ବାରଣ କରି ରଖିଛନ୍ତି । ସେମାନେ ଥାନାକୁ ଏତଲା ଦେବାକୁ ଯିବା ବେଳେ ପୋଲିସ ତାଙ୍କୁ ଓ ତାଙ୍କ ପରିବାରକୁ ବୋହୁ ସମୟ ଥାନାରେ ବସାଇ ଧମକ ଚମକ ଦେଇଛନ୍ତି । ପ୍ରଧାନ ଶିକ୍ଷକ ପାଣ୍ଡେ ଜଣେ ଆରଏସଏସ କାର୍ଯ୍ୟକର୍ତ୍ତା ହୋଇଥିବାରୁ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ସମ୍ପୂଣ୍ଣ ଘଟଣା ସହ ଏଭଳି କିଛି ଦର୍ଶାଇ ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରକ୍ତରେ ଏକ ଚିଠି ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନା ଥାଉକି, ପୋଲିସ ଉଭୟ ପକ୍ଷଙ୍କ ମାମଲା ରୁଜୁ କରିଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି । ଗଜିଆବାଦର ବରିଷ୍ଠ ପୋଲିସ ଅଧିକାରୀ ସାଲୋନି ଅଗ୍ରୱାଲ କହିଛନ୍ତି, ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।

 

Get real time updates directly on you device, subscribe now.