fbpx

ଆସନ୍ତା କାଲି ଠାରୁ ଆରମ୍ଭ ହେବ ଏସିଆ କପ-୨୦୨୩ ମୁକାବିଲା, ୮ମ ଥର ପାଇଁ କପ ଆଶାରେ ରହିଛି ଟିମ୍ ଇଣ୍ଡିଆ

ଓଡିଶା ଭାସ୍କର; ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ-୨୦୨୩ ମୁକାବିଲା । ଚଳିତ ଥର ଏଥିରେ ମୋଟ ୧୩ଟି ମ୍ୟାଚ ଖେଳାଯିବା ନେଇ ସୂଚନା ରହିଛି । ଭାରତ, ପାକିସ୍ତାନ,ନେପାଳ ଓ ବିରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ ସମେତ ଦଳ ଏ ଗ୍ରୁପରେ ରହିଛନ୍ତି । ଏହି କ୍ରମରେ ଟୁର୍ଣ୍ଣାମେଂଟର ସମସ୍ତ ମ୍ୟାଚ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ । ସେହିପରି ଚଳିତଥର ୫୦ ଓଭର ଫର୍ମାଟରେ ଟୁର୍ଣ୍ଣାମେଂଟ ଖେଳାଯିବ । ଏସିଆ କପରେ ଭାରତ ମୋଟ ୭ ଥର ବିଜୟ ହାସଲ କରିଥିବା ବେଳେ ଏଥର ୮ମ ଥର ପାଇଁ କପ ହାତେଇବାକୁ ଆଶା ରଖିଛି ଦଳ । ଅନ୍ୟପଟେ ଶ୍ରୀଲଙ୍କା ୬ଥର ଓ ପାକିସ୍ତାନ ୨ଥର କପ ହାତେଇବାରେ ସକ୍ଷମ ହୋଇଛି ।

ସେପଟେ ମ୍ୟାଚ ପୂର୍ବରୁ ବାଦ ପଡିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ । ସେପ୍ଟେମ୍ବର ୨ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଏବଂ ଏହାପରେ ହେବାକୁ ଥିବା ନେପାଳ ସହିତ ମ୍ୟାଚରୁ କେ ଏଲ ରାହୁଲ ବାଦ୍ ପଡିଛନ୍ତି । ଏନେଇ ବିସିସିଆଇ ଟୁଇଟ୍ କରି ବିଧିବଦ୍ଧ ଭାବେ ସୂଚନା ଦେଇଛି । ଆହତ ସମସ୍ୟାର କାରଣ ଲାଗି ବାଦ ପଡିଛନ୍ତି ରାହୁଲ । ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଏସିଆ କପର ପ୍ରଥମ ଦୁଇ ମ୍ୟାଚ ଖେଳିବେନି ବୋଲି କୋଚ୍ ରାହୁଲ ଡ୍ରାଭିଡ କହିଛନ୍ତି ।

ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ । ସେହିପରି ୪ ତାରିଖ ନେପାଳ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ ବୋଲି ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି । ଡ୍ରାଭିଡ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “କେଏଲ ଆମ ସହ ବେଶ ଭଲ ଭାବେ ଗୋଟିଏ ସପ୍ତାହ ଅଭ୍ୟାସ କରିଛନ୍ତି । ସେ ଭଲ ଲୟରେ ଥିବା ସହ ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି । କିନ୍ତୁ ସେ ଏସିଆ କପର ପ୍ରଥମ କିଛି ମ୍ୟାଚ୍‌ରେ ଉପଲବ୍ଧ ହେବେ ନାହିଁ ।ତେବେ ଏହାରି ଭିତରେ ଏସିଆ କପ ଲଢେଇ ପାଇଁ ମଙ୍ଗଳାବାର ଶ୍ରୀଲଙ୍କା ଗସ୍ତ କରିଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.