fbpx

କରୋନା ମୁକାବିଲା, ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ, ୧୨ା୫: ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ୪ମାସ ହେବ ଦେଶ କରୋନା ସହ ଲଢ଼େଇ କରୁଛି । ସାରା ଦୁନିଆ ଜୀବନ ବଞ୍ଚାଇବାକୁ ଯୁଦ୍ଧ କରୁଛି । ଏହାସହ କେହି ଏଭଳି ସ୍ଥିତି ଦେଖି ନଥିଲେ କି ଶୁଣି ନଥିଲେ । କିନ୍ତୁ ଆମେ ହାରିବାନି, ଭାଙ୍ଗିବାନି, ପଛେଇ ଯିବାନି । ଆମକୁ ବଞ୍ଚିବାକୁ ପଡିବ, ଆଗକୁ ବଢିବାକୁ ପଡିବ । କରୋନା ମୁକାବିଲା ନେଇ ଆତ୍ମ ନିର୍ଭର ଭାରତ ଅଭିଯାନ ଘୋଷଣା କରିଛନ୍ତି ମୋଦି । ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଦେଶର ଜିଡ଼ିପିର ୧୦ ପ୍ରତିଶତ । ଶ୍ରମିକ, ମଧ୍ୟବିତ. କୁଟୀରଶିଳ୍ପ. ପଶୁପାଳକ. ମତ୍ସ୍ୟଜୀବୀ ଠାରୁ ଆରମ୍ଭ କରି ସଙ୍କଟ ସମୟରେ ଯେଉଁମାନେ ଦେଶକୁ ରକ୍ଷା କରିଛନ୍ତି । ସେମାନେ ଏହି ପ୍ୟାକେଜର ଲାଭ ପାଇପାରିବେ । ପ୍ୟାକେଜ ବିଷୟରେ ଅର୍ଥମନ୍ତ୍ରୀ ଆସନ୍ତାକାଲି ବିସ୍ତୃତ ଭାବେ ଘୋଷଣା କରିବେ ।

Get real time updates directly on you device, subscribe now.