fbpx

ମା’ର ଗାଳି ଶୁଣି ନଦୀକୁ ଡେଇଁଲା ଝିଅ : ବଞ୍ଚାଇବାକୁ ଯାଇଥିବା ଦିବ୍ୟାଙ୍ଗ ଭାଇ ବି ବୁଡିଗଲା

ଉତ୍ତରପ୍ରଦେଶ : ରାକ୍ଷୀପୂର୍ଣ୍ଣମୀ ପର୍ବଟି ସବୁ ଭାଇ ଭଉଣୀଙ୍କ ସବୁଠାରୁ ସ୍ୱତନ୍ତ ପର୍ବ ଅଟେ । ଏହି ପର୍ବ ପାଇଁ ପ୍ରତ୍ୟେକ ଭଅଇ-ଭାଉଣୀ ବହୁତ ଉତ୍ସାହର ସହ ଅପେକ୍ଷା କରି ବସିଥାନ୍ତି । କିନ୍ତୁ ଦୁଖଃର ବିଷୟ ଯେ, ରାକ୍ଷୀପୂର୍ଣ୍ଣମୀ ଦିନରେ ହିଁ ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାରେ ମା ଗାଳି କରିବାରୁ ରାଗି ଯାଇ ଝିଅ ନଦୀକୁ ଡେଇଁ ପଡିଲା । ଭଉଣୀକୁ ବଞ୍ଚାଇବାକୁ ଦିବ୍ୟାଙ୍ଗ ଭାଇ ମଧ୍ୟ ନଦୀକୁ ଡେଇଁଲା । ଏହି ଘଟଣା ଜାଣିବାପରେ ପରିବାରରେ ବିଶୃଙ୍ଖଳାର ପରିବେଶ ସୃଷ୍ଟି ହୋଇଥିଲା ।

ସୂଚନା ଅନୁସାରେ, କଥାରେ ଅଛି ମା’ର ଗାଳି ଦାଣ୍ଡର ଦୂଳି । ଏହି ଘଟଣାଟି ଫତେପୁରର ବକେବର ଥାନା ଅଞ୍ଚଳର ଦୁବେପୁର ଗାଁର ଅଟେ । ଘରେ ମା ଗାଳି ଦେବାରୁ ଅଭିମାନ କରି ଝିଅ ରାମଗଙ୍ଗା ନଦୀକୁ ଡେଇଁ ପଡିଲା । ପରବର୍ତ୍ତୀ ସମୟରେ ଭଉଣୀକୁ ବଞ୍ଚାଇବା ପାଇଁ ଦିବ୍ୟାଙ୍ଗ ଭାଇ ମଧ୍ୟ ସେହି ନଦୀକୁ ଡେଇଁ ପଡିଲା । କିନ୍ତୁ ନଦୀର ତୀବ୍ର ଧାରାରେ ଭାଇ-ଭଉଣୀ ଉଭୟ ନିଖୋଜ ହୋଇଗଲେ । ସୂଚନା ପାଇ ପୋଲିସ ଏବଂ ଏସଡିଆରଏଫର ଟୀମ ରେସ୍କ୍ୟୁ ଅପରେସନ ଆରମ୍ଭ କରି ଦେଇଥିଲେ । ଅନେକ ସମୟ ପରେ ମଧ୍ୟ ସେମାନଙ୍କୁ କୌଣସି ସଫଳତା ମିଳି ନଥିଲା ।

ସ୍ଥାନୀୟ ଗୋତାଖୋରୋ ମଧ୍ୟ ଭାଇ-ଭଉଣୀକୁ ଖୋଜିବା ପାଇଁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ସୂଚନା ପାଇ ନଥିଲେ । ଶେଷରେ ସେମାନେ ପୋଲିସ ଏବଂ ଏସଡିଆରଫ ଟୀମର ସାହାର୍ଯ୍ୟ ନେଇ ରେସ୍କ୍ୟୁ ଅପରେସନ ଆରମ୍ଭ କରିଛନ୍ତି । ଦୁଖଃର ବିଷୟ ଏହା ଯେ, ଏବେ ପର୍ଯ୍ୟନ୍ତ ଦୁହିଁଙ୍କର କୌଣସି ଖବର ମିଳିନି । ଏନେଇ ସେମାନେ ସର୍ଚ୍ଚ ଅପରେସନ ଏବେ ମଧ୍ୟ ଜାରି ରଖିଛନ୍ତି ।

Get real time updates directly on you device, subscribe now.