fbpx

ସ୍କୁଲରେ ଛୁଟି ସଂଖ୍ୟା କମିବ, ସେପ୍ଟେମ୍ବରରୁ ଡିସେମ୍ବର ପର୍ୟ୍ୟନ୍ତ ଜାରି ହେଲା ଛୁଟିର ନୂଆ ତାଲିକା

ବିହାର : ବିହାର ସରକାର ରାଜ୍ୟରେ ଥିବା ସ୍କୁଲ ଗୁଡିକ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଏବେ ସ୍କୁଲରେ ଥିବା ଛୁଟି ଗୁଡିକ କମ କରାଯିବ । ସେପ୍ଟେମ୍ବରରୁ ଡିସେମ୍ବର ପର୍ୟ୍ୟନ୍ତ ଥିବା ଛୁଟିର ନୂଆ ତାଲିକା ମଙ୍ଗଳବାର ଦିନ ଶିକ୍ଷା ବିଭାଗ ଜାରି କରିଛି । ଏହି ତାଲିକାରେ ସ୍କୁଲରେ ଆଗରୁ ମିଳୁଥିବା ୨୩ ଟି ଛୁଟି ମଧ୍ୟରୁ ଏବେ ମାତ୍ର ୧୧ ଟି ଛୁଟି ମିଳିବ ।

ନୂଆ ତାଲିକା ଅନୁସାରେ ୩୧ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ଛୁଟି ମଧ୍ୟ ବାତିଲ ହୋଇଛି । କିନ୍ତୁ ଏହା ପୂର୍ବରୁ ସ୍କୁଲରେ ରାକ୍ଷୀପୂର୍ଣ୍ଣିମା ଦିନ ଛୁଟି ରହୁଥିଲା । ସେହିପରି ଦୁର୍ଗା ପୂଜାରେ ପୂର୍ବରୁ ୬ ଦିନ ଛୁଟି ଥିବା ବେଳେ ନୂଆ ଛୁଟି ତାଲିକାରେ ଏହା କେବଳ ୩ ଦିନ କରାଯାଇଛି । ଦୀପାବଳି, ଛଟ ପୂଜା ଛୁଟିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ନୂଆ ତାଲିକାରେ ଏହିସବୁ ପର୍ବରେ ୯ ଦିନ ଛୁଟି ବଦଳରେ କେବଳ ୪ ଦିନ ଛୁଟି କରାଯାଇଛି ଏବଂ ସେହି ଛୁଟିଦିନଗୁଡିକ ହେଉଛି ୧୨ ସେପ୍ଟେମ୍ବର , ୧୫ ,୧୯ ଓ୨୦ ନଭେମ୍ବର ।

ତେବେ ଶିକ୍ଷା ବିଭାଗର କହିବା ଅନୁସାରେ ପ୍ରାଥମିକ ବିଦ୍ୟାଳୟରେ ୨୦୦ ଦିନ ଏବଂ ମାଧ୍ୟମିକ ବିଦ୍ୟାଳୟରେ ୨୨୦ ଦିନ କାର୍ୟ୍ୟ ଦିବସ ରହିବା ଆବଶ୍ୟକ । କିନ୍ତୁ ନିର୍ବାଚନ, ପରୀକ୍ଷା, ପର୍ବ ଏବଂ ପ୍ରାକୃତିକ ବିପର୍ୟ୍ୟୟ ପାଇଁ ବିଦ୍ୟାଳୟରେ ପାଠପଢା ପ୍ରଭାବିତ ହେଉଛି । ବିଦ୍ୟାଳୟ ଶିକ୍ଷା ବିଭାଗ କହିବା ଅନୁସାରେ ସବୁ ପର୍ବକୁ ସବୁ ଜିଲ୍ଲାରେ ପାଳନ କରାଯାଏ ନାହିଁ । ତେଣୁ କେଉଁଠାରେ ସ୍କୁଲ ଛୁଟି ଥାଏ ଏବଂ କେଉଁଠାରେ ଖୋଲା ଥାଏ ।

 

Get real time updates directly on you device, subscribe now.