fbpx

IIIT ଭାଗଲପୁର ରିସର୍ଚ୍ଚର ପ୍ରସ୍ତୁତ କଲେ ଏକ ସ୍ପେଶାଲ ‘ଆପ୍’: ଏଣିକି ଘରେ ବସି ମୋବାଇଲରେ କରିପାରିବେ ‘TB’ ପରୀକ୍ଷା

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତରେ ଦୁଇ ଲକ୍ଷ ଲୋକ ଯକ୍ଷ୍ମା (ଟିବି) କାରଣରୁ ମୃତ୍ୟୁବରଣ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ଆସନ୍ତା ୨୦୨୫ ସୁଦ୍ଧା ଭାରତକୁ ଟିବି ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ଲକ୍ଷ୍ୟ ପୂରଣ ଅସମ୍ଭବ ହେଉଥିଲେ ହେଁ ଏନେଇ ଆସିଛି ଏକ ଆଶ୍ୱସ୍ତିକର ଖବର । ବିହାର ସ୍ଥିତ ଆଇଆଇଆଇଟି ଭାଗଲପୁରର ଜଣେ ରିସର୍ଚ୍ଚର ଟିବି ପରି ଗମ୍ଭୀର ବିମାରୀର ଯାଞ୍ଚ ଓ ଚିକିତ୍ସା ନେଇ ଏକ ବଡ଼ ସଫଳତା କରିଛନ୍ତି ।

ଖବର ମୁତାବକ, ଆଇଆଇଆଇଟି ଭାଗଲପୁରର ଫାକଲଟି ସନ୍ଦୀପ କୁମାର ଟିବି ରୋଗୀଙ୍କ ପାଇଁ ଏକ ସଫ୍ଟୱେର ପ୍ରସ୍ତୁତ କରିଛନ୍ତି । କୃତ୍ରିମ ବୁଦ୍ଧିମତା (ଏଆଇ) ମାଧ୍ୟମରେ ଏହି ଯାଞ୍ଚ ସମ୍ଭବ ହୋଇ ପାରିବ । ୨୦୧୮ ମସିହାରେ ସନ୍ଦୀପ ଏଥିପାଇଁ କାମ ଆରମ୍ଭ କରିଥିବା ବେଳେ ୫ ବର୍ଷର କଠିନ ପରିଶ୍ରମ ପରେ ଏବେ ତାଙ୍କୁ ସଫଳତା ମିଳିଛି । ରୋଗୀମାନେ ନିଜର ଛାତିର ଏକ୍ସରେ ଫଟୋକୁ ଲଗାଇ ଟିବିକୁ ଚିହ୍ନଟ କରିପାରିବେ ।

ତେବେ ଚିକିତ୍ସା ବିଜ୍ଞାନ ପାଇଁ ଏହି ଆପ ଚମତ୍କାରୀ ସାବ୍ୟସ୍ତ ହୋଇପାରେ । ଆଇସିଏମଆର ପକ୍ଷରୁ ସାର୍ଟିଫିକେଟ ମିଳିବା ପରେ ଏହି ଆପକୁ ସର୍ବସାଧାରଣଙ୍କ ପାଇଁ ଲଞ୍ଚ କରଯିବ । ଏହି ସଫ୍ଟୱେରକୁ ମୋବାଇଲ ଓ ଲାପଟପରେ ସହଜରେ ଚଳାଇ ହେବ । ମାତ୍ର କେଇ ମିନିଟ ମଧ୍ୟରେ ଟିପି ପରି ଏକ ଭୟଙ୍କର ବୀମାରୀକୁ ଚିହ୍ନଟ କରିହେବ । ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ଉଦ୍ଦେଶ୍ୟରେ ଏହି ସଫ୍ଟୱେରକୁ ଲଞ୍ଚ କରାଯାଉଛି । ତେବେ ଏହି ଆପ ବୀମାରୀକୁ ଶୀଘ୍ର ଚିହ୍ନଟ କରିବା ଓ ଉପଚାର କ୍ଷେତ୍ରରେ ସହାୟତା ପ୍ରଦାନ କରିବ ବୋଲି ହୁ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.