fbpx

ରାଉରକେଲା ଷ୍ଟିଲ ପ୍ଲାଷ୍ଟରେ ନିଯୁକ୍ତି: ITI, ଡିଗ୍ରୀ ଓ ଡିପ୍ଲୋମା ପ୍ରାର୍ଥୀ ଆବେଦନ କରିପାରିବେ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭାରତୀୟ ଷ୍ଟିଲ କର୍ତ୍ତୃପକ୍ଷ ଲିମିଟେଡ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଆସିଛି ଏକ ନିଯୁକ୍ତି ଖବର । ଗ୍ରାଜୁଏଟ / ଟେକ୍ନିସିଆନ / ଟ୍ରେଡ ଆପ୍ରେଣ୍ଟିସ ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅଗଷ୍ଟ ମାସ ୨୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୩୦ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କୁ ଏହି ଅବଧି ମଧ୍ୟରେ ଆବେଦନ କରିବାକୁ ପଡ଼ିବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଟ୍ରେଡ ଆପ୍ରେଣ୍ଟିସ ପାଇଁ ୧୫୨ଟି, ଟେକ୍ନିସିଆନ ଆପ୍ରେଣ୍ଟିସ ପାଇଁ ୧୩୬ଟି ଓ ଗ୍ରାଜୁଏଟ ଆପ୍ରେଣ୍ଟିସ ପାଇଁ ୪୮ଟି ପଦ ଖାଲି ରହିଛି । ସୁନ୍ଦରଗଡ଼ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଥମେ ଗୁରୁତ୍ୱ ଦିଆଯିବ । ଏହାପରେ ଯଦି କୌଣସି ଖାଲି ପଦ ରୁହେ, ତେବେ ଓଡ଼ିଶାର ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରର ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ-୧: https://portal.mhrdnats.gov.in/boat/login/user_login.action

ଅନଲାଇନ ଆବେଦନ ଲିଙ୍କ-୨: https://www.apprenticeshipindia.gov.in/

ନୋଟିଫିକେସନ ଲିଙ୍କ:

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.sail.co.in/

Get real time updates directly on you device, subscribe now.